ନେପାଳରେ ପ୍ରବଳ ତୁଷାରପାତ । ଏଥିଯୋଗୁ ଫସି ରହିଛନ୍ତି ୬ ଜଣ ଭାରତୀୟ ପର୍ୟ୍ୟଟକ। ୬ ଜଣଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି। ଶେ-ଫୋକ୍ସୁଣ୍ଡୋ ଜାତୀୟ ଉଦ୍ୟାନ ଅଞ୍ଚଳରେ ଶନିବାର ଅପରାହ୍ଣରୁ ସେମାନେ ତୁଷାରପାତ ଯୋଗୁ ଫସି ରହିଥିବା ଜଣାପଡ଼ିଛି।ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ନେପାଳର ସୁରକ୍ଷାକର୍ମୀ ଉଦ୍ୟମ ଚଳାଇଛନ୍ତି। ଏଥିପାଇଁ ସେନାର ଏକ ହେଲିକପ୍ଟର ପଠାଯିବାର ବ୍ୟବସ୍ଥା କରାଯାଉଥିବା ସୂଚନା ରହିଛି ।

ଫସିଥିବା ପର୍ୟ୍ୟଟକମାନେ ହେଲେ ମୌମିତା ହାଲଦାର, ପିୟାଲି କୋଲେ, ଜାଜଲା ତ୍ରିବେଦୀ କୁମାର, ଆଦିତ୍ୟ ସିଂହ, ଦିପ୍ଲିନା ବିଶ୍ୱାସ ଓ ରାଜେଶ ଦେ। ସେମାନେ ଶନିବାର ଯାଇଥିବା ବେଳେ ପାଗ ଖରାପ ହେବା ଏବଂ ତୁଷାରପାତ ବଢ଼ିବା ଯୋଗୁଁ ଅସୁବିଧାରେ ପଡ଼ିଥିଲେ।