ମା’ ହେବାକୁ ଯାଉଛନ୍ତି ସାଉଥ୍ ସୁନ୍ଦରୀ ସାମନ୍ଥା ରୁଥ୍ ପ୍ରଭୁ। ଗର୍ଭବତୀ ହେବାର ୯ମାସରେ ଫିଟନେସ୍ ପ୍ରତି ତାଙ୍କର ରହିଛି ସ୍ୱତନ୍ତ୍ର କେୟାର। ପ୍ରଥମ ମାସରୁ ନବମ ମାସ ପର୍ୟ୍ୟନ୍ତ ନିଜର ୱାର୍କଆଉଟ୍ ଯାତ୍ରାର ଭିଡିଓ ସେୟାର କରିଛନ୍ତି ଅଭିନେତ୍ରୀ। ସାଉଥ୍ ସିନେମାର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ଏବେ ନିଜ ଜୀବନର ଏକ ଖାସ୍ ଅଧ୍ୟାୟକୁ ନେଇ ଚର୍ଚ୍ଚାରେ। ଗର୍ଭବତୀ ହେବାର ନବମ ମାସରେ ପହଞ୍ଚିଥିବା ସାମନ୍ଥା ସୋସିଆଲ ମିଡିଆରେ ନିଜର ଏକ ବିଶେଷ ୱାର୍କଆଉଟ୍ ଭିଡିଓ ସେୟାର କରିଛନ୍ତି।

ପ୍ରଥମ ମାସରୁ ନବମ ମାସ ପର୍ୟ୍ୟନ୍ତ ତାଙ୍କର ଫିଟନେସ୍ ଯାତ୍ରା ଏହି ଭିଡିଓରେ ଦେଖିବାକୁ ମିଳିଛି। ଅଭିନେତ୍ରୀଙ୍କ ଏହି ଭିଡିଓ ଏବେ ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରିଛି।ସାମନ୍ଥା ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିବା ଭିଡିଓରେ ପ୍ରେଗ୍ନେନ୍ସିର ବିଭିନ୍ନ ପର୍ୟ୍ୟାୟରେ ବ୍ୟାୟାମ କରୁଥିବା ନଜର ଆସିଛନ୍ତି। ଭିଡିଓରେ ତାଙ୍କୁ ଡମ୍ବେଲ୍ ଧରି ୱେଟେଡ୍ ସ୍କ୍ୱାଟ୍ସ କରୁଥିବା ଦେଖିବାକୁ ମିଳିଛି। ପ୍ରଥମ ମାସରେ ଯେଉଁଭଳି ୱାର୍କଆଉଟ୍ କରୁଥିଲେ, ନବମ ମାସରେ ମଧ୍ୟ ସେହି ଅଭ୍ୟାସର ଝଲକ ଦେଖାଇଛନ୍ତି।