୫ ଷ୍ଟାର ହୋଟେଲ୍ର ସୁଇମିଂ ପୁଲ୍ରେ ବଡ଼ ଅଘଟଣ ଘଟିଛି । ବିଦ୍ୟୁତ ଆଘାତରେ ଚାଲିଯାଇଛି ୨ ବିଦେଶୀଙ୍କ ଜୀବନ । ବେଙ୍ଗାଲୁରୁରେ ଏପରି ଅଘଟଣ ଘଟିଛି। ହୋଟେଲର ସୁଇମିଂ ପୁଲ୍ରେ ଗାଧୋଇବା ବେଳେ ହଠାତ୍ ଲାଗିଛି ବିଦ୍ୟୁତ ଝଟକା। ଏଥିଯୋଗୁ ୨ବିଦେଶୀ ନାଗରିକ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି।
ବେଙ୍ଗାଲୁରୁରେ ଥିବା କୋନରାଡ ହୋଟେଲରେ ଶୁକ୍ରବାର ଏତେ ବଡ଼ ଘଟଣା ଘଟିଛି। ମୃତକଙ୍କ ମଧ୍ୟରୁ ଜଣେ ଜର୍ମାନୀ ଓ ଆଉ ଜଣେ ସ୍ଲୋଭାକିଆର ନାଗରିକ। ସେମାନେ ହୋଟେଲରେ ରହୁଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ସୁଇମିଂ ପୁଲ୍ର ମଜା ଉଠାଉଥିଲେ। ଏତିକି ବେଳେ କରେଣ୍ଟ ଆଘାତ ଯୋଗୁ ଉଭୟଙ୍କ ମୃତ୍ୟୁ ଘଟିଛି।
ଏମାନଙ୍କ ବ୍ୟତୀତ ଜଣେ ଆମେରିକୀୟ ନାଗରିକ ଓ ଭାରତୀୟ ପୁଲ୍ ଆଟେଡାଣ୍ଟ ମଧ୍ୟ କରେଣ୍ଟ ଝଟକାରେ ଆହତ ହୋଇଛନ୍ତି। ସେମାନଙ୍କୁ ମନିପାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି ଓ ଉଭୟ ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।