ଖୁବ୍ଶୀଘ୍ର ବାପା-ମା’ ହେବାକୁ ଯାଉଛନ୍ତି ଗୁରମିତ ଓ ଦେବିନ
ଖୁବ୍ଶୀଘ୍ର ବାପା-ମା’ ହେବାକୁ ଯାଉଛନ୍ତି ଗୁରମିତ ଓ ଦେବିନା।
(ମୁମ୍ବାଇ) : ଖୁବ୍ଶୀଘ୍ର ବାପା-ମା’ ହେବାକୁ ଯାଉଛନ୍ତି ଗୁରମିତ ଓ ଦେବିନା। ତାଙ୍କଘରକୁ ନୂଆ ଅତିଥି ଆସିବାକୁ ଯାଉଛନ୍ତି । ଏନେଇ ଦେବିନାଙ୍କ ଏକ ଫଟୋ ଶେଆର କରି ଗୁରମିତ ଖୋଦ୍ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ , ଗୁରମିତ ଯେଉଁ ଫଟୋ ଶେଆର କରିଛନ୍ତି, ସେଥିରେ ଦେବିନା ଏକ ମିନି ସ୍କର୍ଟ ପିନ୍ଧିଥିବା ବେଳେ ସେ ତାଙ୍କ ବେବି ବମ୍ପ ସହ ନଜର ଆସିଛନ୍ତି। ଫଟୋ ଶେଆର ଗୁରମିତ କ୍ୟାପସନରେ ଲେଖିଛନ୍ତି –‘ବର୍ତ୍ତମାନ ଆମେ ଦୁଇରୁ ତିନି ହେବାକୁ ଯାଉଛୁ। ଜୁନିୟର ଚୌଧୁରୀ ଆସିବାକୁ ଯାଉଛି। ତୁମ ସମସ୍ତଙ୍କ ଆଶୀର୍ବାଦ ଆବଶ୍ୟକ।’