(ଜୟନ୍ତ କୁମାର ସେଠୀ): ନହରକଣ୍ଟା ରେ ଥିବା ପଲ୍ଲୀଉନ୍ନୟନ ରମାଦେବୀ ବାଳିକା ବିଦ୍ୟକ୍ଷଳୟ ରୁ ଦୁଇ ଜଣ ସପ୍ତମ ଶ୍ରେଣୀ ବାଳିକା ରାତି ଅଧରେ ସ୍କୁଲ ପାଚେରୀ ଡେଇଁ ଘରକୁ ପଳେଇ ଆସିବା ଘଟଣା ସ୍କୁଲ ରେ ପିଲାଙ୍କ ସୁରକ୍ଷା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରଛି ।
ସୂଚନା ଅନୁସାରେ ଗୋପ କୁସୁପୁର ଅଂଚଳରେ ଗୀତା ମାଟି ପରିବାର ର ଆର୍ଥିକ ଅଭାବ ରୁ ଝିଅ ସ୍ୱର୍ଣ କୁ ୧୨ ବର୍ଷ ରୁ ପଲ୍ଲୀଉନ୍ନୟନ ସେବା ସମିତି ରେ ଛାଡିଥିଲେ । ପରେ ଝିଅକୁ ଆଣିବାକୁ ଯାଇଥଲେ ମଧ୍ୟ ସେବା ସମିତି ଝିଅକୁ ଛାଡିବାକୁ ମନା କରିଦେଥିଲା ବୋଲି ମା ଗୀତା ଅଭଯୋଗ କରନ୍ତି । କିନ୍ତୁ ଗତକାଲି ରାତିରେ ରେ ସ୍କୁଲ ରୁ ପାଚେରୀ ଡେଇଁ ସହପାଠୀ ରୁଚି ସହ ଚାଲି ଚାଲି ବାଣୀବିହାର ଠାରୁ ଅଟୋ କରି ଘରକୁ ବୁଲିବାକୁ ପଳାଇ ଆସିଥିଲେ ବୋଲି ଛାତ୍ରୀ କୁହନ୍ତି । ଏହି ଘଟଣାର ଖବରପାଇ ରମାଦେବୀ ବାଳିକା ସ୍କୁଲ ଶିକ୍ଷକ ପ୍ରଶାନ୍ତ ବେହେରା ସକାଳୁ ଛାତ୍ରୀ ଙ୍କ ଘର ପହଂଚି ଉଭୟ ଛାତ୍ରୀ ଥିବାର ଖବରପାଇଁ ସମିତି ସମ୍ପାଦକ ସ୍ଵାତି ସୁଚସ୍ମିତା ପାତ୍ର ଙ୍କୁ ଜଣାଇଛନ୍ତି । ଏପଟେ ମୋ ଝିଅ ସେଠି ସୁରଖିତ ନୁହେଁ ବୋଲି ମା କହନ୍ତି । ଏପଟେ ସ୍କୁଲ କର୍ତ୍ତୃପକ୍ଷ ଏହି ଘଟଣା ଟିକୁ ସତ ମାନିବା ସହ ସୁରକ୍ଷା ଢିଲା ଥିବାରୁ ଏପରି ଘଟଣା ଘଟିଛି ବୋଲି ସ୍କୁଲ ଶିକ୍ଷକ କହିଛନ୍ତି । ସ୍କୁଲ ପାଚେରୀ ଡେଇଁ କିପରି ଛାତ୍ରୀ ଦୁହେଁ ଆସିଲେ କେମିତି ୬୦ କିଲୋମିଟର ଘରକୁ ଆସିଲେ ରାତି ସାରା କେଉଁଠି ଥିଲେ ତାହା ତଦନ୍ତ ପରିସର ଭୁକ୍ତ ହେବା ଦରକାର ବୋଲି ସାଧାରଣରେ ଚର୍ଚା ହେଉଛି ।