ବିଜୁଜନତା ଦଳ ତରଫରୁ ବଳଙ୍ଗା ଗ୍ରାମ ପଞ୍ଚାୟତରେ ପଦଯାତ୍ରା ଓ ଜନସଭା

( ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ବଳଙ୍ଗା ଗ୍ରାମ ପଞ୍ଚାୟତ ରେ ବିଜୁଜନତା ଦଳ ତରଫରୁ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ପଦଯାତ୍ରା ରେ ମାନ୍ୟବର ବିଧାୟକ ସମୀର ରଞ୍ଜନ ଦାସ ନେତୃତ୍ୱରେ ହଜାର ହଜାର ବିଜେଡି ମହିଳା ଓ ପୁରୁଷ କର୍ମୀ ବଳଙ୍ଗା ଗ୍ରାମ ପଞ୍ଚାୟତ ବୁଲିବାସହ ବଳଙ୍ଗା ବଜାର ପରିକ୍ରମା କରି ମେଳନ ପଡ଼ିଆ ଠାରେ ଏକ ସାଧାରଣ ସଭା ଆୟୋଜନ କରିଥିଲେ। ଏହି ପଦଯାତ୍ରା ଦ୍ଵାରା ବିଜୁଜନତା ଦଳ କୁ ଆଗକୁ ନେବାପାଇଁ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପୁର୍ନବାର ୨୦୧୯ ରେ ଯିତାଇବା ପାଇଁ ଜନ ସାଧାରଣ ପାଖରେ ଗୁହାରି କରିଥିଲେ। ଏହି ସୋଭାଯାତ୍ରା ବଳଙ୍କ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଅଜିତ୍ ଦଳାଇ, ଜିଲ୍ଲା ପରିଷଦ ସଭ୍ୟ ସୁମନ୍ତ କୁମାର ଦାସ , ନୋମୀନ ପ୍ରାବତୀ ସେଠୀ ଜୋଗ ଦେଇଥିଲେ। ଏହି ପଦଯାତ୍ରା ବଳଙ୍ଗା ଗ୍ରାମ ପଞ୍ଚାୟତ ପ୍ରଧାନ ସାହି ମଙ୍ଗଳା ମନ୍ଦିର ରୁ ମାଁ ମଙ୍ଗଳାଙ୍କୁ ଦର୍ଶନ କରି ବିରାଟ ସୋଭାଯାତ୍ରା ବାହାରି ବଳଙ୍ଗା ମେଳନ ପଡ଼ିଆ ଠାରେ ପହଞ୍ଚିଥିଲା। ସ୍ୱର୍ଗତ ବିଜୁପଟ୍ଟନାୟକଙ୍କ ଓ ଜଗନ୍ନାଥ ଫଟରେ ପୁଷ୍ପ ଅଳଙ୍କାର ଦେଇ ସଭା ଉଦଘାଟନ କରାଯାଇଥିଲା।

ଆସନ୍ତା ୨୦୧୯ ଭୋଟ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ ଦେଇ ଯିତାଇବାକୁ ଜନ ସାଧାରଣ ପାଖରେ ମାନ୍ୟବର ବିଧାୟକ ଜନ ସାଧାରଣଙ୍କ ନିକଟରେ ଭାଷାଣ ପ୍ରସଙ୍ଗରେ ବୁଝାଇଥିଲେ।