ପୁଣି ଲଜ୍ୟା, ଅଭିଯୁକ୍ତକୁ ଗିରଫ ପ୍ରତିବାଦରେ ଆଦିବାସୀ କଂଗ୍ରେସ ପକ୍ଷରୁ ଥାନା ଘେରାଉ

(ଅମରେନ୍ଦ୍ର ଦେହୁରୀ): ପୁଣି ଲଜ୍ୟା । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଗୋପିନାଥପୁର ଗାଁର ସ୍ୱର୍ଗତ କାଣ୍ଡେ ମୁଣ୍ଡାଙ୍କର ନାବାଳିକ ଝିଅ ସସ୍ମିତା ମୁଣ୍ଡା ମୂଷଳ ନଦୀରୁ ଗାଧୋଇ ଘରକୁ ଫେରୁଥିବାବେଳେ ଦୁର୍ଗାକନ୍ ଷ୍ଟ୍ରାକେସନର ହିଟାଜି ଅପରେଟର ନାବାଳିକା ଟେକି ନେଇ ଧର୍ଷଣ କରିଥିଲେ । ଏବାବଦରେ ଘଟଗାଁ ଥାନାରେ ପୀଡିତା ଗତ ୨୭ ତାରିଖରେ ଅଭିଯୋଗ କରିଥିଲେ । ଦୀର୍ଘ ୧୨ ଦିନ ବିତି ଯାଇଥିଲେ ସୁଦ୍ଧା ଅଭିଯୁକ୍ତ ଗରିଫକୁ କରାନଯିବାରୁ ଗୋପିନାଥପୁର ଗ୍ରାମବାସୀ ଥାନା ଘେରାଉ କରିଥିଲେ । ଆଦିବାସୀ ନାବାଳିକାକୁ ନ୍ୟାୟ ଦେବା ପାଇଁଆଜି ଆଦିବାସୀ କଂଗ୍ରେସର ରାଜ୍ୟ ଉପସଭାପତି ବିଦ୍ୟାଧର ଦେହୁରୀଙ୍କ ଆହ୍ବାନ କ୍ରମେ ଘଟଗାଁ କଂଗ୍ରେସ ସଭାପତି ଦିଲ୍ଲିପ ବଳ, କେନ୍ଦୁଝର ହରିଜନ ସେଲ୍ ର ରମାକାନ୍ତ ପାତ୍ର ,ମହନ ହେମ୍ରମ,ଗାେର୍ବଧନ ବେହେରା,ମହେନ୍ଦ୍ର ପାତ୍ର ଅନେକ କଂଗ୍ରେସ କର୍ମୀ ଯାେଗ ଦେଇ ଘଟଗାଁ ଶନି ମନ୍ଦିର ଠାରୁ ବାହାରୀ ବିଭିନ୍ନ ସ୍ଲାେଗାନ ସରକାର ଙ୍କ ବିରାେଧରେ ଦେଇ ଥାନା ସମ୍ମୁଖରେ ନ୍ୟାୟ ପାଇଁ ପ୍ରତିବାଦ ସଭା ସହିତ ଧାରଣାରେ ବସିଛନ୍ତି ଶୂଙ୍ଖଳାକୁ ଆଖି ଆଗରେ ରଖି ଘଟଗାଁ ପୋଲିସ ପକ୍ଷରୁ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।