ଗରିବଙ୍କ ପାଇଁ ସରକାରି ଯୋଜନା ଫେଲ୍

( ଅମରେନ୍ଦ୍ର ଦେହୁରି) : ରାଜ୍ୟ ସରକାର ଗରିବ ଲୋକଙ୍କୁ ସବୁ ପ୍ରକାର ସହୟତା ଯୋଗାଇ ଦେବାକୁ ଗୋଟିଏ ପରେ ଗୋଟିଏ ଯୋଜନା ଆରମ୍ଭ କରୁଛନ୍ତି । କିନ୍ତୁ ସେହିି ଯୋଜନା ଗୁଡିକ କେତେ ଦୂର ଗରିବ ଲୋକଙ୍କ ପାଖରେ ପହଞ୍ଚି ପାରୁଛି କି ନାହିଁ ତାହା ରାଜ୍ୟ ସରକାରଙ୍କ ପାଖରେ ହିସାବ ନାହିଁ । ଏହି ସବୁ ଯୋଜନା ଖାଲି ଫାଇଲିରେ ହିଁ ସୀମିତ ରହିଯାଉଛି । ବାସ୍ତବ କ୍ଷେତ୍ରରେ ଗରିବ ଲୋକଙ୍କ ପାଖରେ ଏହି ଯୋଜନା ସଠିକ୍ ରୂପେ ପହଞ୍ଚିପାରୁନାହିଁ । ଏଭଳି ଘଟଣା ଦେଖିବାକୁ ମିଳିଛି ଘଟଗାଁ ବ୍ଲକ ବଡଜାମୁପଶି ଗାଁର ବେହେରା ସାହିରେ । ବେହେରା ସାହିରେ ୩୦ ରୁ ୪୦ ପରିବାର ବସବାସ କରନ୍ତି । ଡମ ସଂପ୍ରଦାୟର ହୋଇଥିବାରୁ ସେମାନେ ବାଉଁଶରେ କୁଲା, ଟୋକେଇ ଆଦି ତିଆରି କରି ପରିବାର ପୋଷଣ କରନ୍ତି । ଭଙ୍ଗାଚାଳ ଘରେ ବିପଦ ସଙ୍କୁଳ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି । ଏପରିକି ସାହିରେ କିଛି ଲୋକ ରାସନକାର୍ଡ ମଧ୍ୟ ପାଇନାହାନ୍ତି । ଏନେଇ ସାହିବାସୀ ବହୁବାର ୱାର୍ଡମେମ୍ବର ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏନେଇ ଲୋକମାନଙ୍କୁ ସାନ୍ତ୍ୱନା ଦେବାକୁ ଯାଇ କେତେକ କୁଜି ନେତା ଓ ପ୍ରଶାସନ ମଧୁର କଣ୍ଠରେ କହିଛନ୍ତି ଯେ, ତୁମେ ମାନେ ନିଶ୍ଚିତ ରୁହ ସିରିଏଲ ଆସିଲେ ରାସନକାର୍ଡ ଦିଆଯିବ । ତେବେ ଏଠି ସରକାର କରୁଛି କ’ଣ ଜନସାଧାରଣରେ ପ୍ରଶ୍ନ ସୂଷ୍ଟି କରୁଛି ଜ୍ଝ