ବିପୁଳ ପରିମାଣରେ ଗଞ୍ଜେଇ ଜବତ

( ରିପୋର୍ଟସଟୁଡେ): ଭଦ୍ରକ ମାଛହାଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ବାସୁଦେବପୁର ମାଛହାଟରେ ଚଢ଼ାଉ କରି ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣା ପଡିଛି । ପୋଲିସ ଘଟଣାସ୍ଥଳରୁ ଜଣଙ୍କୁ ଗିରଫ କରି ପଚରା ଉଚରା କରୁଛି ।