(ରିପୋର୍ଟସ ଟୁଡେ) : ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଗାଜା’ ଆଜି ତାମିଲନାଡୁ ଉପକୂଳ ଛୁଇଁବ ବୋଲି ଆଶା କରାଯାଉଛି । ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ଗଜା ପ୍ରଭାବରେ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶରେ ଥିବା କୁଡ୍ଡାନୋଲ ଓ ଶିଖରୀକୋଟା ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଘଣ୍ଟାକୁ ୧୨ କିମି ବେଗରେ ଆସୁଥିବା ବାତ୍ୟା ’ଗାଜା’ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ । ଏହି ସମୟ ମଧ୍ୟରେ ତାମିଲନାଡୁ, ପୁଡୁଚେରୀ ଓ ଆନ୍ଧ୍ର ପ୍ରଦେଶରେ ଘଣ୍ଟାକୁ ୮୦ରୁ ୯୦ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ଏହି କାରଣରୁ ତାମିଲନାହୁ ଓ ପୁଡୁଚେରୀ ସରକାର ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ୍ ଛୁଟି ଘୋଷଣା କରିଛନ୍ତି । ବୁଧବାର ସନ୍ଧ୍ୟାରୁ ଏହି ତିନି ରାଜ୍ୟରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ବାତ୍ୟାର ମୁକାବିଲା କରିବା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ରାଜ୍ୟ ସରକାର ବିଭାଗୀୟ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦେଶ ଦେଇଛନ୍ତି ।