ଯୁବ ଛାତ୍ର ସଂଗଠନ ତରଫରୁ ଭଞ୍ଜ ଭବନରେ ଫ୍ରେସରପାର୍ଟି କାର୍ଯ୍ୟକ୍ରମ

ରଘୁନାଥପଲ୍ଲୀ : ରଘୁନାଥପଲ୍ଲୀ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ପ୍ରଶାନ୍ତ ସେଠୀ ଇସ୍ପାତ ମହାବିଦ୍ୟାଳୟ, ସୁଶୀଳାବତୀ ମହିଳା ମହାବିଦ୍ୟାଳୟ ଏବଂ ରାଉରକେଲା ମହାବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଯୁବ ଛାତ୍ର ସଂଗଠନ ତରଫରୁ ଭଞ୍ଜ ଭବନରେ ଏକ ଫ୍ରେସରପାର୍ଟି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ,ଏହି କାର୍ଯ୍ୟକ୍ରମ ରେ ଯୁବ ଛାତ୍ର ସଂଗଠନ ତରଫରୁ ଏକ ବିଶାଳ ଶୋଭାଯାତ୍ରା କରି ଶ୍ରୀଯୁକ୍ତ ପ୍ରଶାନ୍ତ ସେଠୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ |

ଶ୍ରୀଯୁକ୍ତ ପ୍ରଶାନ୍ତ ସେଠୀ ପ୍ରଦୀପ ପ୍ରଜ୍ବଳନ କରି ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ସମାଜ ପ୍ରତି କର୍ତ୍ତବ୍ୟ ଗୁରୁଜନ ମାନଙ୍କ ପ୍ରତି ସଂସ୍କାର ଏବଂ ବାପା ମା ଙ୍କ ର ବିଶ୍ୱାସ କୁ କିପରି ଅକ୍ଷରେ ଅକ୍ଷରେ ପାଳନ କରିବେ ଏ ବାବଦରେ ସ୍ୱଳ୍ପ ବକ୍ତବ୍ୟ ରଖିଥିଲେ ଏବଂ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ମଧ୍ୟ ଆନନ୍ଦ ଉଲ୍ଲାସ ରେ ଉପଭୋଗ କରିଥିଲେ |

ଆୟୋଜିତ ଯୁବ ଛାତ୍ର ସଂଗଠନ ର ମୁଖ୍ୟ ସାନ୍ତୁନୁ ଦାସ, ବଜରଙ୍ଗୀ ଛାତ୍ରିଆ,ହିମାଂଶୁ ନାୟକ,ଅଜିତ ମୁଣ୍ଡା, ଦୀପ୍ତି କିସ୍ପୋଟା,ସ୍ୱେତେଲିନା ଦାସ,ଲୋକେଶ ସାହୁ ଏବଂ ଉପସ୍ଥିତ ଅନ୍ୟ ଯୁବ ଛାତ୍ର ମାନଙ୍କୁ ଧନ୍ୟବାଦ ଦେଇଥିଲେ |