ପୁରୀ :ରଥ ଯାତ୍ରା କୁ ନେଇ ପୁରୀ ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦୃଷ୍ଟି କୋଣ ରୁ ରଥ ଯାତ୍ରା ଦିନ ଠାରୁ ନିଳାଦ୍ରୀ ଵିଯେ ଯାଏ ଡ୍ରୋନ ଉଡାଣ ଉପରେ କଟକଣା ଲଗାଇଚି ପୁରୀ ପୋଲିସ୍। ଶ୍ରୀ ମନ୍ଦିର ଉପରେ, ତିନି ରଥ ନିକଟ ରେ ଓ ଗୁଣ୍ଡିଚା ମନ୍ଦିର ଉପରେ ଡ୍ରୋ ନ ଉଡାଣ ଉପରେ ପୁରୀ ପୋଲିସ କଟକଣା ଲଗାଇବା ସହ ଏକ ପ୍ରେସ ରିଲିଜ୍ ଜାରୀ କରିଚି।

ଏହି ପ୍ରେସ ରିଲିଜ୍ drone ଉଡାଣ କଟକଣା ନେଇ ସମସ୍ତ ଗାଇଡ ଲାଇନ ଜାରୀ କରିଚି। ନିୟମ ଉଲଘଂନ କଲେ drone ଉଡାଣ ଆଇନ ନେଇ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୁରୀ ପୋଲିସ୍ ପକ୍ଷରୁ କୁହାଯାଇଛି। ଶ୍ରୀ ମନ୍ଦିର dgca ର ଗାଇଡ ଲାଇନ୍ ଅନୁଯାୟୀ ରେଡ ଜୋନ୍ ରେ ରହିଛି। ଏଣୁ ଶ୍ରୀ ମନ୍ଦିର ଉପରେ drone ଉଡାଣ ବେଆଇନ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ପୁର୍ବରୁ ଏହି ନିୟମ ଉଲଘଂନ ପାଇଁ ଜଣେ ୟୁ ଟ୍ୟୁବର କୁ ଗିରଫ କରିଥିଲା ପୁରୀ ପୋଲିସ୍। ତେବେ drone ମାଧ୍ୟମ ରେ ପୁରୀ ପୋଲିସ୍ ବଡ ଦାଣ୍ଡ, ସମୁଦ୍ର କୂଳ ଓ ପୁରୀ ସହର ର ବିଭିନ୍ନ ସ୍ଥାନ ରେ ନଜର ରଖିବା ପାଇଁ drone ଉଡାଣ କରି ସୁରକ୍ଷା ଉପରେ ନଜର ରଖିବ।ତେବେ ରଥ ଯାତ୍ରା ରେ ଚଳିତ ବର୍ଷ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।