(ରିପୋର୍ଟସ ଟୁଡ଼େ): ଦିଲ୍ଲୀରୁ ଯିବା ଆସିବା କରୁଥିବା ବିମାନ ଯାତ୍ରୀ ଆଜିଠାରୁ ଅଧିକ ଭଡ଼ା ଦେବେ । କାରଣ ଦିଲ୍ଲୀରୁ ଆସୁଥିବା ଓ ଯାଉଥିବା ବିମାନଗୁଡ଼ିକର ଟିକେଟ୍ ମୂଲ୍ୟ ପ୍ରାୟ ୮୬ ପ୍ରତିଶତ ବଢ଼ିଯାଇଛି । ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଇଣ୍ଟରନେସନାଲ ଏୟାରପୋର୍ଟର ରନେଓ୍ଵ ମରାମତି ପାଇଁ ୧୩ ଦିନ ଯାଏ ବନ୍ଦ ରହିବ । ତାର ପ୍ରଭାବରେ ଦିଲ୍ଲୀ-ବାଙ୍ଗାଲୋର ବିମାନର ଟିକେଟ୍ ମୂଲ୍ୟ ୧୨୨ ପ୍ରତିଶତ, ଦିଲ୍ଲୀ-ହାଇଦ୍ରାବାଦ ବିମାନରେ ୫୭ ପ୍ରତିଶତ ଏବଂ ଅନ୍ୟ କେତେକ ସ୍ଥାନକୁ ୫୦ ପ୍ରତିଶତ ବଢ଼ିଛି । ଆଜିଠାରୁ ଲାଗୁ ହୋଇଛି ନୂଆ ଦର ।
ଫଳରେ ଦିଲ୍ଲୀରୁ ବାଙ୍ଗାଲୋର ୧୧,୦୪୪ ଟଙ୍କା ସ୍ଥାନରେ ୧୩,୭୦୨ ଟଙ୍କା ଦେଉଛନ୍ତି ଯାତ୍ରୀ । ସେହିପରି ମୁମ୍ବାଇକୁ ୯୨୨୮ ଟଙ୍କା ସ୍ଥାନରେ ୧୧,୦୬୦ ଟଙ୍କା ଦେଉଛନ୍ତି । ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ ମୋଟ୍ ୩ଟି ରନେଓ୍ଵ ରହିଛି । ସେଥିରୁ ଗୋଟିଏ ମରାମତି ପାଇଁ ବନ୍ଦ କରାଯାଉଛି । ଏବେ ଶନିବାର ଓ ରବିବାର ପଡୁଥିବାରୁ ଯାତ୍ରୀ ମଧ୍ୟ ରହିଛନ୍ତି । ବିଶେଷ କରି ନଭେମ୍ବର ୧୬ରୁ ୧୯ ଯାଏ ଯାତ୍ରୀଙ୍କ ସଂଖ୍ୟା ବହୁତ ଅଧିକ ରହିଛି ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ।