(ରିପୋର୍ଟସ ଟୁଡେ): ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକ ଅଧୀନ ଭରପୁର ଅନ୍ତର୍ଗତ ବେହେରା ସାହିରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଘଟି ସାହିର ପ୍ରହଲ୍ଲଦ ବେହେରାଙ୍କ ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଗତକାଲି ରାତିରେ ଶ୍ରୀ ବେହେରା ସପରିବାର ଘରେ ଶୋଇଥିବା ବେଳେ ହଠାତ ତାଙ୍କ ଘର ଜଳି ଯାଇଥିଲା । ଗ୍ରାମବାସୀ ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହ ସତ୍ୟବାଦୀ ଅଗ୍ନିଶମ ବିଭାଗକୁ ଫୋନ କରାଯାଇଥିଲା । ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।