ବରଗଡ(ଚିତ୍ତରଞ୍ଜନ ସାହୁ): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଉପୁଜିଛି ମରୁଡ଼ି ପରିସ୍ଥିତି । ସେପଟେ ଏଭଳି ସ୍ଥିତିରେ ଚାଷୀଙ୍କୁ ବୀମା ସହାୟତାରୁ ବଞ୍ଚିତ କରିବା ପାଇଁ ନାନା ଆଳ ଦେଖାଇବା ଆରମ୍ଭ କରି ଦେଇଛି ବୀମା କମ୍ପାନୀ । ବେଆଇନ ଭାବେ ଚାଷୀଙ୍କ ବୀମା ଆବେଦନକୁ ବୀମା କମ୍ପାନୀ ରଦ୍ଦ କରି ଦେଉଛି । ଯାହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏ ନେଇ ବୁଧବାର ପଦ୍ମପୁର ରାଜବୋଡାସମ୍ବର କୃଷକ ସଂଗଠନ ନେତୃତ୍ୱରେ ଶତାଧିକ ଚାଷୀ ବାଇକ ରାଲିରେ ଆସି ବରଗଡ଼ ଜିଲାପାଳଙ୍କ ଅଫିସକୁ ଘେରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସମ୍ବିଧାନ ସୁରକ୍ଷା ମଞ୍ଚ, କୋସଳ ସେନା ସମେତ ବିଭିନ୍ନ ସଂଗଠନ ସମର୍ଥନ କରି ଏଥିରେ ସାମିଲ ହୋଇଛନ୍ତି।