(ରଜନୀକାନ୍ତ ପାତ୍ର / ଗଞ୍ଜାମ): ଗଞ୍ଜାମ ଜିଲ୍ଲା ଆସିକା ପୋଲିସକୁ ମିଳିଛି ବଡ଼ ଧରଣର ସଫଳତା। ଆସିକା ପୋଲିସ ଦ୍ୱାରା ଆଠ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ହୋଇଥିବା ବେଳେ ସେମାନଙ୍କ ନିକଟର ଜବତ ହୋଇଛି ବିଭିନ୍ନ ପ୍ରକାର ମାରଣା ଅସ୍ତ୍ର , ଦଶଟି ମାଉଜର, ୫୩ ରାଉଣ୍ଡ ଜୀବନ୍ତ ଗୁଳି ୧୨ଟି ବୋମା ସହ ଜବତ ହୋଇଛି ଚାରଟି ବାଇକ। ଖବର ଅନୁଯାୟୀ, ଜିଲ୍ଲାକୁ ଅପରାଧୀ ମୁକ୍ତ କରିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି । ତେବେ ଅପରାଧୀ ମାନଙ୍କୁ ଗିରଫ କରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଟିମରେ ଆସିକା ଥାନା ଅଧିକାରୀ ପ୍ରଶାନ୍ତ ସାହୁ, ବଡଗଡ଼ ଥାନା ଅଧିକାରୀ ଓ ଧରାକୋଟ ଥାନା ଅଧିକାରୀ ସାମିଲ ଥିଲେ । ଆସିକା ଧରାକୋଟ ବଡଗଡ଼ ଗାଙ୍ଗପୁର ଥାନା ଅଞ୍ଚଳରେ ବିଭିନ୍ନ ହତ୍ୟା ଏବଂ ହତ୍ୟା ଉଦ୍ୟମ, ଚୋରି ଡକାୟତି ଭଳି ବିଭିନ୍ନ ସଙ୍ଗୀନ ମାମଲା ରହିଥିବା ନେଇ ପୋଲିସ କହିଛି । ଏମାନଙ୍କ ଉପରେ ସ୍ୱତନ୍ତ୍ର ନଜର ରଖି ପୋଲିସ ଧରିବାରେ ସକ୍ଷମ ହୋଇଛି। ପୋଲିସ ସେମାନଙ୍କ ନିକଟରୁ ବିଭିନ୍ନ ପ୍ରକାର ମାରଣା ଅସ୍ତ୍ର , ଦଶଟି ମାଉଜର, ୫୩ ରାଉଣ୍ଡ ଜୀବନ୍ତ ଗୁଳି ୧୨ଟି ବୋମା ତା ସହିତ ଜବତ ହୋଇଛି ଚାରଟି ବାଇକ।
ଅ।ସନ୍ତା ଦିନରେ ମଧ୍ୟ ଏହିଭଳି କାର୍ୟ୍ୟ ଚାଲୁରହିବା ସହ ତୁରନ୍ତ ଅପରାଧିକ ଜୀବନକୁ ଛାଡି ସାମାଜିକ ସ୍ରୋତରେ ସାମିଲ ହେବେ ପାଇଁ ଅ।ହ୍ଵାନ କରିଛନ୍ତି ଅତିରିକ୍ତ ଏସପି । ନଚେତ ପୋଲିସ ଦୃଢ କାର୍ୟ୍ୟାନୁଷ୍ଠାନ ନେବ ବୋଲି ମଧ୍ୟ ଅତିରିକ୍ତ ଏସପି ବିଜୟ କୁମାର ମଲ୍ଲିକ ଦେଇଛନ୍ତି କଡା ଚେତାବନି ” ।