ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ଥମୁନି ଦନ୍ତା ପଲଙ୍କ ଉପଦ୍ରବ

ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ଥମୁନି ଦନ୍ତା ପଲଙ୍କ ଉପଦ୍ରବ । ତେଲକୋଇ ରେଞ୍ଜ ଅଧିନସ୍ଥ ବିମଳା ଫରେଷ୍ଟ ବିଟ ଅଞ୍ଚଳର ଭିମକାଣ୍ଡ ପଞ୍ଚାୟତ ର

(ତେଲକୋଇ) : ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ଥମୁନି ଦନ୍ତା ପଲଙ୍କ ଉପଦ୍ରବ । ତେଲକୋଇ ରେଞ୍ଜ ଅଧିନସ୍ଥ ବିମଳା ଫରେଷ୍ଟ ବିଟ ଅଞ୍ଚଳର ଭିମକାଣ୍ଡ ପଞ୍ଚାୟତ ର ଗୋଳାଗାଡିଆ ଗାଁ ରେ ହାତୀ ଉପଦ୍ରବ ଜାରି ରହିଛି। ଗତକାଲି ମଧ୍ୟ ବିଳମ୍ବିତ ରାତିରେ ଗାଁରେ ପଶି ଉପଦ୍ରବ ଚଲାଇ ଥିଲେ ।

ସୂଚାନନାନୁଯାୟୀ , ଗତକାଲି ବିଳମ୍ବିତ ରାତିରେ ୨୫ ଟିକିଆ ହାତୀ ପଲ ଗାଁ ଭିତରେ ପଶି ଘର ଭାଙ୍ଗି ଥିଲେ । ହାତୀ ପଲରେ ୮ଟି ଛୁଆହାତୀ ମଧ୍ୟ ଥିବା ସୂଚନା ମିଳିଛି। ଗୋଳାଗାଡିଆ ଗାଁରେ ପଶି ଜୟନ୍ତୀ ମୁଣ୍ଡା ଙ୍କ ଘରର କାନ୍ଥ ଭାଙ୍ଗି ଘରେ ଥିବା ଭାତକୁ ଖାଇ ଖାଇଦେବା ସହ ଧାନଚାଉଳ କୁ ମଧ୍ୟ ଖାଇ ଯାଇଛନ୍ତି ।ଘରେ ଥିବା କଡେଇ ହାଣ୍ଡି ଡେକଚି କୁ ଫିଙ୍ଗା ଫୋପଡା କରି ଭାଙ୍ଗି ଦେଇଛନ୍ତି ହାତୀ ପଲ ।ହାତୀ ଘର ଭାଙ୍ଗିବା ଦେଖି ପରିବାର ଲୋକେ ଗାଁ ଭିତରକୁ ଦୌଡ଼ି ପଳେଇ ଥିଲେ ।ଗାଁ ଲୋକେ ନିଆଁହୋଳା ସାହାଯ୍ୟ ରେ ହାତୀ ପଲଙ୍କୁ ଘଉଡାଇଥିଲେ ।