ସଂକଟରେ ହାତୀପଲ , ପୁଣି ଏକ ମୃତଦେହ ଠାବ
ଦିନକୁ ଦିନ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହାରି ମଧ୍ୟରେ ପୁଣି ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି ।
(କଳାହାଣ୍ଡି) : ଦିନକୁ ଦିନ ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହାରି ମଧ୍ୟରେ ପୁଣି ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ବାଗପୁର ଗାଁର ପାଣି ଟାଙ୍କି ନିକଟରେ । ଯାହାକୁ ନେଇ ଚିନ୍ତାରେ ପ୍ରସାଶନ ।
ସୂଚନାନୁଯାୟୀ , ଗତକାଲି ୩୩ କେବି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକ ମାଈ ହାତୀର ମୃତ୍ୟ ହୋଇଥିବା ବେଳେ ଆଜି ମଧ୍ୟ ଆଉ ଏକ ହାତୀର ମୃତ୍ୟୁ ହେଇଛି ଲ ହାତୀଟିର ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ବିକ୍ଷତ ଚିହ୍ନ ଦେଖିବାକୁ ମିଳିଛି l ସେପଟେ ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଗଜରାଜଙ୍କ ମୃତ୍ୟର କାରଣ ଅସ୍ପଷ୍ଟ ରହିଥିବା ବନବିଭାଗ ସୂଚନା ଦେଇଛି l