ହାତୀ ପାଇଁ ହାତାହାତି ହେଲେ ବନବିଭାଗ କର୍ମଚାରୀ ଗାଁଲୋକେ

( ରିପୋର୍ଟସଟୁଡେ): ହାତୀ ପାଇଁ ହାତାହାତି । ବନ ବିଭାଗ କର୍ମଚାରୀଙ୍କୁ ପିଟିଲେ ଗାଁଲୋକେ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ରେଞ୍ଜ ଅନ୍ତର୍ଗତ ହାତୀମୁଣ୍ଡା ଗାଁରେ । ଗାଁଲୋକଙ୍କ ଆକ୍ରମଣରେ ୬ ଜଣ ବନ କର୍ମଚାରୀ ଆହତ ହୋଇଥିବା ବେଳେ ୨ଟି ଗାଡ଼ି ଭାଙ୍ଗି ଯାଇଛି । ବାରମ୍ବାର ଗାଁରେ ଝାଡଖଣ୍ଡି ହାତୀ ପ୍ରବେଶ କରୁଛନ୍ତି । ହାତୀ ପ୍ରବେଶକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ଗାଁରେ ହାତୀ ପ୍ରବେଶ କରିଥିବା ବେଳେ ବନ ବିଭାଗ କର୍ମଚାରୀ ଯାଇଥିଲେ । ଏହି ସମୟରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ । ବନ ବିଭାଗ କର୍ମଚାରୀଙ୍କୁ ମାଡ଼ ମାରିଥିଲେ ଗାଁଲୋକେ । ଏହା ସହ ବନ ବିଭାର ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ଏନେଇ ପୋଲିସ ପକ୍ଷରୁ କାର୍ୟ୍ୟନୁଷ୍ଠାନ ଗ୍ରହଣ କରାନଗଲେ ହାତୀ ଘଉଡାଇବାରେ ସହଯୋଗ କରିବେ ନାହିଁ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି ।