(ରିପୋର୍ଟସ ଟୁଡେ) ନକ୍ସଲଙ୍କ ହିଂସାକାଣ୍ଡରେ ଲଗାମ ଲଗାଇବା ପାଇଁ ନୂଆ ରଣନୀତି ଅବଲମ୍ବନ କରାଯାଇଛି। ପୂର୍ବରୁ କେବଳ ଗୁଇନ୍ଦା ସୂଚନା ଉପରେ ନିର୍ଭର କରାଯାଉଥିବା ବେଳେ ବର୍ତମାନ ଏଥିରେ ବୈଷୟିକ ସହାୟତା ନେବା ଆରମ୍ଭ କରିଛି ପୁଲିସ। ଏହିକ୍ରମରେ ନକ୍ସଲଙ୍କ ସର୍ବାଧିକ ଗତିବିଧି ଅଞ୍ଚଳରେ ଡ୍ରୋନ କ୍ୟାମେରାର ସହାୟତା ନିଆଯାଇଛି। ଆଉ ଏହି ପଦକ୍ଷେପ ପରେ ପୁଲିସକୁ ସଫଳତା ବି ମିଳିଛି। ଡ୍ରୋନ କ୍ୟାମେରା ଆକାଶ ମାର୍ଗରୁ ନେଇଥିବା କିଛି ଫଟୋରେ ନକ୍ସଲଙ୍କ ଚଳପ୍ରଚଳ ଦେଖିବାକୁ ମିଳିଛି। ବର୍ତମାନ ଏହି ଫଟୋ ଗୁଡ଼ିକ ଭାଇରାଲ ହୋଇଥିବା ବେଳେ ଏହା ପୁଲିସକୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଯୋଗାଇ ଦେଇଥିବା କୁହାଯାଉଛି।