ଏପରି ଝିଅଙ୍କୁ ପସନ୍ଦ କରନ୍ତି ନାହିଁ ପୁଅ

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଯେଉଁ ଝିଅମାନେ ସବୁ ସମୟରେ ଫୋନରେ ଲାଗିରହିଥାଆନ୍ତି, ସେହିଭଳି ଝିଅଙ୍କୁ ପୁଅମାନେ ପସନ୍ଦ କରନ୍ତି ନାହିଁ। କାହିଁକି ନା, ପ୍ରେମିକଟି ସବୁବେଳେ ଚାହେଁ ତା’ ପ୍ରେମିକା ତାକୁ ସମୟ ଦେଉ। ଯଦି ଏହିଭଳି ଝିଅଟି ମିଳେ, ତେବେ ପୁଅଟି ତାକୁ ଡେଟ୍‌ କରିବାକୁ ପସନ୍ଦ କରି ନ ଥାଏ।
-ଯେଉଁମାନେ ନିଜ ପୂର୍ବ ପ୍ରେମିକଙ୍କ ବିଷୟରେ କହିଥାଆନ୍ତି କିମ୍ବା ତାଙ୍କ ସହ ମଝିରେ ମଝିରେ ସମ୍ପର୍କ ରଖିଥାଆନ୍ତି, ତା’ହେଲେ ଆପଣଙ୍କୁ ଏଭଳି ଝିଅଠାରୁ ଦୂରେଇ ରହିବା ଭଲ। ଝିଅମାନେ ସାଧାରଣତଃ ବାହାନା ବନାନ୍ତି। କିନ୍ତୁ ଯେବେ ସମ୍ପର୍କର କଥା ଉଠେ, ଝିଅଟି ସତ କହିବା ଜରୁରୀ। ତେଣୁ କିଛି ନା କିଛି ବାହାନା ବନାଉଥିବା ଝିଅଠାରୁ କେବେ ଆଶା କରିବା ଉଚିତ ନୁହେଁ। ଏଭଳି ସ୍ୱଭାବର ଝିଅଙ୍କୁ ପୁଅମାନେ ପସନ୍ଦ କରି ନ ଥାଆନ୍ତି। ପୁଅମାନେ ସବୁବେଳେ ଚାହାଁନ୍ତି, ଝିଅଟି ଭୁଲ୍‌ କରିବା ପରେ ନିଜ ଦୋଷକୁ ସ୍ୱୀକାର କରୁ।
-ଯେଉଁ ଝିଅମାନଙ୍କର ଅନେକ ସମସ୍ୟା ରହିଥାଏ, ଅର୍ଥାତ୍‌ ‘ଡ୍ରାମା କୁଇନ’ଙ୍କୁ ପୁଅମାନେ ପସନ୍ଦ କରନ୍ତି ନାହିଁ। ନିଜର ଅସୀମିତ ସମସ୍ୟା ଥିବା ଝିଅଙ୍କଠୁ ଦୁରେଇ ରହିବା ଉଚିତ।
-ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁ ଝିଅ ବାରମ୍ବାର ପ୍ରେମିକ ବଦଳାଇଥାଏ, ସେମାନଙ୍କୁ ସାବଧାନ। କାରଣ, ଏଭଳି ଝିଅଙ୍କ ଉପରେ ଭରସା ଆସି ନ ଥାଏ। ସମ୍ପର୍କରେ ମଧ୍ୟ ଫାଟ ସୃଷ୍ଟି ହୋଇଥାଏ।
-ବିଶ୍ୱାସ ସବୁ ସମ୍ପର୍କର ମୂଳଦୁଆ। ଯଦି କେହି ନିଜ ସାଥୀଙ୍କ ଭରସା ଭାଙ୍ଗିଦେଇଥାଏ, ତା’ହେଲେ ସମ୍ପର୍କ ବେଶି ଦିନ ତିଷ୍ଠି ରହିପାରି ନ ଥାଏ। ଯେଉଁ ଝିଅମାନେ ସବୁବେଳେ ମିଛ କୁହନ୍ତି ଏବଂ କୌଣସି କଥାକୁ ଲୁଚାନ୍ତି, ପୁଅମାନେ ସେମାନଙ୍କୁ ପସନ୍ଦ କରନ୍ତି ନାହିଁ।