ଆମ ସରକାର ଗ୍ରାମ୍ୟ ଭିତ୍ତିଭୂମି ଉନ୍ନତି ଓ ପାନୀୟ ଜଳ ଯୋଗାଣ କୁ ଗୁରୁତ୍ୱ ଦେଉଛି । କୃଷି ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ ବଢାଇବା ପାଇଁ ଆମେ ଅଧିକ ଗ୍ରାମ୍ୟ ବଜାର ପ୍ରତିଷ୍ଠା କରିବାକୁ ଯାଉଛୁ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ଜରିଆରେ ଆମେ କୃଷି ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ କୁ ଆଗକୁ ନେବା ପାଇଁ ଚେଷ୍ଟା କରୁଛୁ । ଆପଣ ଓଡ଼ିଶାରେ ନିବେଶ କରୁଛନ୍ତି ଅର୍ଥାତ ଭବିଷ୍ୟତରେ ସଫଳ ହେବା ପାଇଁ ନିବେଶ କରୁଛନ୍ତି ବୋଲି ନିଜ ଭାଷଣରେ କହିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ ।