(ଆଦର୍ଶ ରାଉତ): ତୈଳ ଜଗତରେ ପ୍ରଥମ ଥର ଓଡ଼ିଶାରେ ପେଟ୍ରୋଲ ତୂଳନାରେ ଡିଜେଲ ଅଧିକ ଦରରେ ବିକ୍ରି ହୋଇଛି। ରାଜ୍ୟରେ ଗୋଟିଏ ଲିଟର ପେଟ୍ରୋଲ ତୂଳନାରେ ୧୨ ପଇସା ଅଧିକରେ ବିକ୍ରି ହେଉଛି ଡିଜେଲ। ଭୁବନେଶ୍ଵରରେ ରବିବାର ପେଟ୍ରୋଲ ଲିଟର ପିଛା ୮୦.୫୭ ଟଙ୍କାରେ ବିକ୍ରି ହୋଇଥିବା ବେଳେ ଡିଜେଲ ୮୦.୬୯ ଟଙ୍କାରେ ବିକ୍ରି ହୋଇଛି।
ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି କେନ୍ଦ୍ରର ଭୁଲ ନୀତି ଓ ଦାୟିତ୍ୱହୀନତା ପାଇଁ ଆଜି ଏ ପରିସ୍ଥିତି ସୃଷ୍ଟି ହୋଇଛି । ଏଥିପାଇଁ ଦାୟୀ ଏନ୍ଡ଼ିଏ ସରକାର । ଡ଼ିଜେଲ ଉପରେ ବେସିକ୍ ପ୍ରାଇଜ୍ ଅଧିକ ବଢାଇଚାଲିଛନ୍ତି । ୩୩୦ ପ୍ରତିଶତ ଟାକ୍ସ ବଢାଇଛନ୍ତି ସରକାର । ୨୦୧୪ ମସହିରେ ପ୍ରେଟ୍ରୋଲର ବେସିକ୍ ପ୍ରାଇଜ୍ ୪୫. ୭୯ ଥିବାବେଳେ ଡ଼ିଜେଲର ବେସିକ୍ ପ୍ରାଇଜ୍ ୪୪.୭୨ ଥିବାବେଳେ ଆଜିର ଦିନରେ ପ୍ରେଟ୍ରାଲ ୪୩. ୦୮ବେସିକ୍ ପ୍ରାଇଜ୍ ଥିବା ବେଳେ ଡ଼ିଜେଲର ବେସିକ୍ ପ୍ରାଇଜ୍ ୪୮.୨୧ ରହିଛି । ତେଣୁ କରି ତୈଳ କମ୍ପାନୀଗୁଡ଼ିକ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ନାହାଁନ୍ତି । କମ୍ପାନୀମାନଙ୍କ ସହିତ କେନ୍ଦ୍ର ସରକାର ସାଲିସ୍ କରିଛନ୍ତି । ତେଣୁ ଡିଜେଲ ଦର ବଢ଼ିବା ଦ୍ୱାରା ସବୁ ସାମଗ୍ରୀର ଦରଦାମ ବଢ଼ିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଏହା ସହିତ ଏହି ଦର ବୃଦ୍ଧିକୁ ରାଜନୀତି ସହିତ ଯୋଡ଼ିଛି ରାଜ୍ୟ । ଆଗାମୀ ନିର୍ବାଚନ ପାଇଁ ବିଜେପି ସରକାର ପାଣ୍ଠି ସଂଗ୍ରହ କରୁଛି ବୋଲି ଶଶିଭୂଷଣ କହିଛନ୍ତି । ଏହି ପ୍ରସଙ୍ଗରେ ଅର୍ଥମନ୍ତ୍ରୀଙ୍କ ବିଚାର ବିମର୍ଷ କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ବେସିକ୍ ପ୍ରାଇଜ୍ କେନ୍ଦ୍ର ସରକାର କାହିଁକି ଅଧିକ ନେଉଛନ୍ତି । ତା ଉପରେ ଟିପଣି ରଖିବା ଦାରକାର ବୋଲି ଶଶି ଭୂଷଣ ବେହେରା କହିଛନ୍ତି । ଅନ୍ୟ ପଟେ ମିନିବସ୍ ଓନର ଆସୋସିଏସ କହିଛନ୍ତି ଯେ ଆଗରୁ ୪୦ ଟି ବସ୍ ଚାଲୁଥିଲା । ଡ଼ିଜେଲ ବୃଦ୍ଧି ଫଳରେ ସେଥି ମଧ୍ୟରୁ ୩୦ ବନ୍ଦ ରହିଛି । ବର୍ତମାନ ୧୦ ଟି ବସ୍ ଚାଲୁଛି । ଯଦି ଯାତ୍ରୀ ଭଡ଼ା ବଢା ନଯାଏ ତେବେ ଏହି ପରିପେକ୍ଷୀରେ ୧୦ ଟି ବସ୍ ମଧ୍ୟ ଚଳାଇବା କଷ୍ଟ ହୋଇପଡ଼ିବ ବୋଲି ଆସୋସିଏସନ୍ ପକ୍ଷରୁ କୁହାଯାଇଛି ।