ପିଲାଙ୍କ ପାଇଁ ନିର୍ମାଣ ହେଲା ଧାନବି ପାର୍କ
ଜୟପୁର ବିଧାୟକ ତାରା ପ୍ରାସାଦ ବାହିନୀପତି ଏବଂ ମୁନିସିପଲଟି ଚେୟାରମ୍ୟାନ ନରେନ୍ଦ୍ର କୁମାର ମହାନ୍ତି ଉପସ୍ଥିତି ରହି ଉଦଘାଟନ କରିଥିଲେ
ଜୟପୁର/ ମନୋଜ ଦାସ: କୋରାପୁଟ ଜିଲ୍ଲା ଜୟପୁର ସହରର ହାଟ ପଦା ନିକଟରେ ଥିବା ବାବୁ ସୁନାରୀ କଲୋନୀ ଏହି ଅଂଚଳ ଲୋକମାନେ ଦୀର୍ଘ ଦିନ ହେଲା ଜୟପୁର ମୁନିସିପଲଟି କୁ ଜଣାଇ ଆସୁ ଥିଲେ ପିଲାମାନେ ଖେଳିବା ପାଇଁ ଗୋଟିଏ ପାର୍କ ନିର୍ମାଣ କରିବା ପାଇଁ ଶେଷରେ ଜୟପୁର ମୁନିସିପଲଟି ପାର୍କ ନିର୍ମାଣ କରି ନାମିତ କଲା ଧାନବି ପାର୍କ । ଜୟପୁର ବିଧାୟକ ତାରା ପ୍ରାସାଦ ବାହିନୀପତି ଏବଂ ଜୟପୁର ମୁନିସିପଲଟି ଚେୟାରମ୍ୟାନ ନରେନ୍ଦ୍ର କୁମାର ମହାନ୍ତି ଉପସ୍ଥିତି ରହି ଉଦଘାଟନ କରିଥିଲେ। ଉଦଘାଟନ ପରେ ପାର୍କ ବୁଲି ଥିଲେ ବିଧାୟକ ଏହି ସମୟରେ ଦେଖିବାକୁ ମେଳି ଥିଲା ବିଧାୟକ ତାରା ପ୍ରସାଦ ବହିନୀପୋତି ପିଲାମାନଙ୍କ ସହିତ ମିଶି କସରତ କରିଥିଲେ। ପିଲାମାନେ ବିଧାୟକଙ୍କୁ ସାଙ୍ଗରେ କସରତ କରିବା ଦେଖି ବହୁତ ଖୁସି ଅନୁଭଵ ହୋଇଥିଲେ।