ପିଅନ୍ତୁ କିସମିସ ଡ୍ରିଙ୍କସ , ପାଇବେ ଅନେକ ଫାଇଦା

( ଭୁବନେଶ୍ୱର / ରିପୋର୍ଟସଟୁଡେ): ଲିଭର ଶରୀରର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ । ଏହା ଖାଦ୍ୟକୁ ସହଜରେ ହଜମ କରିବାରେ ସାହାର୍ଯ୍ୟ କରେ । ଏହା ଶରୀରରେ ପ୍ରବାହିତ ରକ୍ତକୁ ଶୁଦ୍ଧ କରିବା ସହ ପାଚନ ପ୍ରକ୍ରିୟା ମଧ୍ୟ ଠିକ ରଖିଥାଏ ।

ମୁଖ୍ୟତଃ ଅଧିକ ତେଲ ମସଲା ସହ ଫାଷ୍ଟ ଫୁଡ଼ ଖାଇବା, ମାଦକ ଦ୍ରବ୍ୟ ସେବନ କରିବା, ଏକ୍ସରସାଇଜ ନ କରିବା ଆଦି କୁଅଭ୍ୟାସ କାରଣରୁ ଲିଭର୍ ଠିକ୍‌ ଭାବେ କାମ କରିପାରିନ ଥାଏ। ତେଣୁ ଲିଭର୍‌ରୁ ବିଷାକ୍ତ ପଦାର୍ଥ ନିର୍ଗତ ନିମନ୍ତେ ଆମେ ଏକ ପ୍ରକାର ଡ୍ରିଙ୍କସ୍‌ର ସେବନ କରିପାରିବା।
ଏହି ଡ୍ରିଙ୍କସ୍‌ କିସମିସ୍‌ରେ ପ୍ରସ୍ତୁତ ହେଉଥିବା ବେଳେ ଏହାକୁ ପିଇବାର ୩ ଦିନ ପରେ ଲିଭରଜନିତ ବହୁ ସମସ୍ୟାରୁ ମୁକ୍ତି ମିଳିପାରିବ। ଏହାର ପ୍ରସ୍ତୁତ ପ୍ରଣାଳୀ ମଧ୍ୟ ଖୁବ୍‌ ସହଜ। ଏହାକୁ ରାତିରେ ପାଣିରେ ଫୁଟାଇ ଥଣ୍ଡା ହେବା ଲାଗି ଛାଡି ଦିଅନ୍ତୁ। ସକାଳେ ଖାଲି ପେଟରେ ଏହାକୁ ପିଇବା ସହ କିସମିସ୍‌କୁ ଖାଇ ଦିଅନ୍ତୁ। ୩ ଦିନ ଏପରି କଲେ ହିଁ ଆପଣ ଫରକ୍‌ ଅନୁଭବ କରି ପାରିବେ।
ଏନର୍ଜିରେ ଭରପୁର କିସମିସ ଲୋ ଫ୍ୟାଟ ଫୁଡ ଅଟେ । ଏଥିରେ କିନ୍ତୁ ବହୁ ମାତ୍ରାରେ ଆଇରନ, ପୋଟାସିୟମ ଏବଂ ଆଣ୍ଟି ଆକ୍ସିଡେଣ୍ଟଓ ଭରି ରହିଛି । ଏହାକୁ ପାଣିରେ ବତୁରିବାକୁ ଛାଡ଼ିଦେବା ପରେ ଏହାର ଫାଇଦା ଆହୁରି ବଢିଯାଏ। କିସମିସ୍‌ ପାଣିରେ ପ୍ରଚୁର ମାତ୍ରାରେ ଭିଟାମିନ୍ସ ଆଉ ମିନେରାଲ୍ସ ଭରି ରହିଛି। ତେଣୁ ଏହାକୁ ପିଇବା ଦ୍ୱାରା ଆପଣ ଲିଭର୍‌ ସସମ୍ୟାରୁ ମୁକ୍ତି ପାଇପାରିବେ।