ଭୁବନେଶ୍ୱର : ଦକ୍ଷିଣପୂର୍ବ ବଙ୍ଗୋପସାଗର- ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଏନେଇ ପୁର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଇଏମଡି ର ସୂଚନା ଅନୂଯାୟୀ ଆଜି ସକାଳେ ସୃଷ୍ଟି ହୋଇଥିବା ଲଘୁଚାପ ୧୯ ତାରିଖ ସୁଦ୍ଧା ଅବପାତରେ ପରିଣତ ହେବ । ତେବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବ ଓଡ଼ିଶା ଉପରେ କଣ ରହିବ, ସେନେଇ ସ୍ପଷ୍ଟ ହୋଇ ନାହିଁ ।