(ରିପୋର୍ଟସଟୁଡେ): ଏସସିବିରେ ଆଉ ଜଣେ ଡେଙ୍ଗୁରୋଗୀଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ପଶ୍ଚିମବଙ୍ଗ ପୂର୍ବ ମେଦିନିପୁରର ମଞ୍ଜୁ ରାଉତ ବୋଲି ଜଣାପଡିଛି ।
ପ୍ରଥମେ ସେ ଭୁବନେଶ୍ୱରରେ ଚିକିତ୍ସାଧୀନ ଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରତର ହେବାରୁ ଏସସିବିକୁ ସ୍ଥାନାନ୍ତର ହୋଇଥିଲେ। ଏସସିବିକୁ ପ୍ରତ୍ୟେକ ଦିନ ଶତାଧିକ ଡେଙ୍ଗୁ ରୋଗୀ ଆସୁଥିବା ଦେଖାଯାଇଛି । ରୋଗୀଙ୍କ ପାଇଁ ଏସସିବିର ବିଭିନ୍ନ ସ୍ଥାନରେ ବ୍ୟାପକ ବ୍ୟବସ୍ଥା ହୋଇଛି । ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଏସସିବିରେ ସରକାର ଏକ ସ୍ୱତନ୍ତ୍ର ଆଇସିୟୁ ଖୋଲିଛନ୍ତି । ଏସସିବିରେ ଡେଙ୍ଗୁ ପାଇଁ ହୋଇଥିବା ୱାର୍ଡରେ ୧୫୦ଟି ବେଡ ରହିଥିବାବେଳେ ଆଇସିୟୁରେ ଗୁରୁତର ଡେଙ୍ଗୁରୋଗୀଙ୍କ ପାଇଁ ୮ ଟି ଶଯ୍ୟା ରହିଛି । ଗତ ଚାରି ଦିନ ଧରି ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଆଜି ତାଙ୍କର ମୃତ୍ୟୁ ଘଟିଛି।