ବରଗଡ : ସାଜିଛନ୍ତି ଟ୍ୱିଟର୍ ରାଣୀ । ଟ୍ୱିଟର ଦ୍ୱାରା ସମାଧାନ କରିଛନ୍ତି ପ୍ରାୟ ୫ ହଜାରରୁ ଅଧିକ ସମସ୍ୟାର ସମାଧାନ । କାହାକୁ ଭଙ୍ଗା କୁଡ଼ିଆର ମରାମତି କରାଇବା ପାଇଁ ହେଉ ଅବା ଭତ୍ତା କରିବା, ବିପିଏଲ କାର୍ଡ଼, ରାସନ କାର୍ଡ କରାଇବା ଭଳି ସମସ୍ତ ସମସ୍ୟାର ସମାଧାନ ସେ ନିଜ ଟୁଇଟର ମାଧ୍ୟମରେ କରିଥାନ୍ତି ସମାଧାନ । ସରକାରୀ ଅଧିକାରୀମାନେ ତାଙ୍କର କୌଣସି ସମସ୍ୟା ଭିତ୍ତିକ ଟ୍ୱିଟ୍ ଦେଖିବା ମାନେ ତାଙ୍କ ଭିତରେ ହଇଚଇ ସୃଷ୍ଟି ହୋଇ ଯାଏ । କିପରି ବିଭାଗୀୟ ସଚିବ ବା ଅନ୍ୟ ଅଧିକାରୀଙ୍କ ପକ୍ଷରୁ ନର୍ଦ୍ଦେଶ ଆସିବା ପୂର୍ବରୁ ସବୁ ସମସ୍ୟାର ସମାଧାନ କରିବାକୁ ଲାଗି ପଡିଥାନ୍ତିି ସେମାନେ । ପଡି ରହିଥିବା କାର୍ଯ୍ୟକୁ କିଛି କ୍ଷଣରେ ତତ୍ପରତାର ସହ କରି ଦେଇଥାନ୍ତି ସେହି ସରକାରୀ ଅଧିକାରୀ । ଏଭଳି ଜଣେ ଯୁବତୀ ହେଲେ ବରଗଡ ଜିଲ୍ଲା ପାଇକମାଳ ବ୍ଲକ୍ ଅନ୍ତର୍ଗତ ଟେମରି ଗାଁର ଚାରୁ ଲତା ବାରିକ , ଡାକ ନାଁ ଦୀପା । ଦୀପା ଏବେ ଟୁଇଟରର ରାଣୀ ଭାବେ ବେଶ ପରିଚିତ ସ୍ଥାନୀୟ ଅଂଚଳରେ ।
୨୫ ବର୍ଷିୟା ଏହି ମହିଳା ଛୋଟ ବେଳୁ ତାଙ୍କ ଆଖ ପାଖରେ ହେଉଥିବା ସାଧାରଣ ସମସ୍ୟା ଗୁଡିକୁ ଦେଖକି ଅସୁଥିଲେ । ଯାହା ଫଳରେ ସେ ଅନେକ ଦୁଃଖ ଦରିଦ୍ରଙ୍କ ସହ ସମୟ ଅତିବାହିତ କରୁଥିଲେ ଓ ସେମାନଙ୍କୁ ସାହାଯ୍ୟ କରୁଥିୁଲେ । ସେ ଚାଷୀ ପରିବାରର ଝିଅ । ୨୦୧୯ ଏପ୍ରିଲ୍ ୨୪ ତାରିଖ ତାଙ୍କ ଜନ୍ମ ଦିନ, ଏହି ଜନ୍ମ ଦିନ ଥିଲା ତାଙ୍କ ଜୀବନରେ ବଡ ପରିବର୍ତ୍ତନର ଦିନ । ସେଦିନ ଉପହାର ସ୍ୱରୂପ ପରିବାର ଲୋକେ ଦେଇଥିଲେ ଗୋଟିଏ ସ୍ମାଟ ଫୋନ । ସେହି ଫୋନ ସାହାଯ୍ୟରେ ସେ ଏଯାବତ୍ ପ୍ରାୟ ୫୦୦୦ରୁ ଅଧିକ ସମସ୍ୟା ଦୁର କରିସାରିଲେଣି । ତାଙ୍କ ଆଖ ପାଖରେ ହେଉଥିବା ସମସ୍ୟାକୁ ସେ ସାମାଜିକ କର୍ମୀ ଦିବସ କୁମାର ସାହୁ ଟ୍ବିଟର୍ ଓ ବିଭିନ୍ନ ସାମାଜିକ ଗଣମାଧ୍ୟମର ବ୍ୟବହାର କରି ସେମାନଙ୍କୁ ଟ୍ୱିଟ କରୁଥିଲେ । ଏହା ପରେ ତାଙ୍କୁ ମିଳିଥିଲା ତାଙ୍କର ସମାଧାନର ବାଟ ସେ ପ୍ରଥମେ ବର୍ଷାରେ ଘର ଭାଙ୍ଗି ଯାଇଥିବା ନିଜ ଗାଁର ଜଣେ ବୃଦ୍ଧଙ୍କ ସମସ୍ୟା ସଂପର୍କରେ ଟ୍ବିଟ୍ କରିଥିଲେ ଯେଉଁଥିରେ ତାଙ୍କୁ ମିଳି ଥିଲା ପ୍ରଥମ ସଫଳତା ଏହା ପରେ ସେ କେବେ ବି ଅଟକି ନାହାନ୍ତି । ଏହିପରି ଟ୍ୱିଟ ମାଧ୍ୟମରେ ସେ କରିଚାଲିଛନ୍ତି ଅନେକ ଲୋକଙ୍କ ସାହାଯ୍ୟ । ଏଣୁ ସେ ଟ୍ୱିଟର ରାଣୀ ନାମରେ ପରିଚିତ ଅଟନ୍ତି ।