ଛାତ ଭୁଷୁଡି ଘର ମାଲିକ ମୃତ

( ମନୋଜ କୁମାର ସାହୁ): ରାୟଗଡା ସ୍ଥିତ ଶିରିକଣା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଗତକାଲି ଶିରିକଣା ଗ୍ରାମର ଏଙ୍କାଟି ସେନାପତିଙ୍କ ଘର ଛାତ ପଡିଥିବାବେଳେ ଆଜି ସକାଳେ ଘର ଏଙ୍କାଟି(ମାଲିକ) ଓ ମସ୍ତ୍ରୀ ମିଶି ଛାତର ସେଣ୍ଟ୍ରିଙ୍ଗ କଢୁଥିବାବେଳେ ଛାତ ଖସି ପଡିଥିଲା । ଫଳରେ ଗୁରୁତର ଅବସ୍ଥାରେ ଜଣଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲା । ସେଠାରେ ଡାକ୍ତର ଏଙ୍କାଟି( ମାଲିକ)ଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।