ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ମୃତଦେହ ଉଦ୍ଧାର

(ରିପୋର୍ଟସ ଟୁଡେ): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ଭାଏପାଲି ଛକ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ଦେଓଗାଁ ପୁଲିସ୍‌। ଯୁବକଙ୍କ ପରିଚୟ ମିଳି ନାହିଁ। ରାସ୍ତାକଡ଼ରେ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ହତ୍ୟା କି ଦୁର୍ଘଟଣା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଯେଉଁ ସ୍ଥାନରେ ମୃତଦେହ ପଡ଼ିଥିଲା ତା’ ପାଖରେ ରାସ୍ତାକଡ଼ରେ କିଛି ପୋଡ଼ାଜଳା ମଧ୍ୟ ହୋଇଛି। ଖବର ପାଇ ପୋଲିସ ଘଟଣାର ତଦନ୍ତ କରୁଛି ।