ଦାମ ଗଢିଲେ ନୂଆ ଦଳ ବିଜୁ ସମତାକ୍ରାନ୍ତି ଦଳ

(ପ୍ରଶାନ୍ତ ସ୍ୱାଇଁ): ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଶନିବାର ନିଜର ରାଜନୀତିକ କାର୍ଡ ଖୋଲିଛନ୍ତି। ବିଜେଡିରୁ ବହିଷ୍କାର ହେବାର ପ୍ରାୟ ଦୁଇମାସ ପରେ ଡାକ୍ତର ରାଉତ ନିଜର ରାଜନୀତିକ ଭବିଷ୍ୟତ କାର୍ୟ୍ୟପନ୍ଥା ଓ ନୂଆ ଦଳ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ନୂଆ ଦଳର ନାଁ ‘ବିଜୁ ସମତାକ୍ରାନ୍ତି ଦଳ’ବୋଲି ସେ ଘୋଷଣା କରିଛନ୍ତି। ଏହା ସହିତ ପାରାଦୀପରେ ତାଙ୍କ ଛଡ଼ା ଆଉ କେହି ବିଧାୟକ ହୋଇପାରିବେ ନାହିଁ ବୋଲି ସେ ଶାସକ ବିଜେଡିକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ପାରାଦୀପ ଗ୍ରସ୍ତରେ ଆସି ଏକ ସାମ୍ବାଦିକ ସମ୍ମୀଳନୀରେ ଏହା ପ୍ରକାଶ କରିଛନ୍ତି । ତେବେ ଗତ ଦୁଇଦିନ ତଳେ ପାରାଦୀପ ବିଜୁ ଜନତା ଦଳ ପକ୍ଷରୁ ବେକାର ଯୁବକ ଯୁବତୀଙ୍କ ନିଯୁକ୍ତି ପ୍ରସଙ୍ଗକୁ ନେଇ ପାରାଦୀପ ତୈ÷ଳବିଶୋଧନାଗାର ଫାଟକ ନିକଟରେ କରିଥିବା ବିକ୍ଷୋପକୁ ସ୍ଥାନୀୟ ବିଧାୟକ ଏହା ରାଜ୍ୟ ସରକାରଙ୍କ ଆଗାମୀ ୨୦୧୯ ନିର୍ବାଚନ ପାଇଁ ଏକ ନାଟକ ବୋଲି କହିଛନ୍ତି । ମନ୍ତ୍ରୀ ପ୍ରତାପ ଜେନା ଓ ମନ୍ତ୍ରୀ ପ୍ରଫୁଲ ସାମଲ ଆଗାମି ଦିନରେ ବିଧାନସଭା ଗୃହ ଦେଖିପାରିବେ ନାହିଁ ବୋଲି ଆକ୍ଷେପ କରି କହିଛନ୍ତି ।