ଗୋପ : (ଜୟନ୍ତ କୁମାର ସେଠୀ) :- ପାଣି ପାଇଁ ଡହଳ ବିକଳ ଲୋକେ । ନଳକୂଅ ଗୋଟିଏ , ଏହା ଉପରେ ଭରସା କରିବା ଲୋକେ ହେଉଛନ୍ତି ପାଞ୍ଚ ଶହରୁ ଉର୍ଦ୍ଦ । ସେ ଖରା ହେଉକି ବର୍ଷା କି ଶୀତ, ବର୍ଷକ ବାର ମାସ ରାଇଖଣ୍ଡି ପଂଚାୟତ ଦୁଇ ନମ୍ବର ୱାର୍ଡ ବେହେରା ଓ ଦଳିତ ସାହିର ତୃଷ୍ଣା ମେଣ୍ଟାଇଥାଏ ଗାଁ ମଝିରେ ରେ ଥିବା ନଳକୂଅ । ଏହା ଉପରେ ନିର୍ଭର କରୁଛନ୍ତି ସତ୍ୟବାଦୀ ବ୍ଲକ ରାଇଖଣ୍ଡି ପଂଚାୟତ ଦୁଇ ନମ୍ବର ୱାର୍ଡ ର ଲୋକେ । ସରକାରୀନୁସାରେ ଗଁ।କୁ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ୪ ବର୍ଷ ତଳେ ପାଇପ ଲାଇନ ର ବ୍ୟବସ୍ଥା କରାଯାଇ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ କରାଯାଇଥିଲେ ମଧ୍ୟ ବିଶୁଦ୍ଧ ପାନୀୟ ଜଳ ଲୋକେ ପାଇବାରୁ ବଂଚିତ ହେଉଛନ୍ତି ।
ଯଦିଓ ସରକାରୀ ଭାବରେ ପାନୀୟ ଜଳ ଯୋଗାଇବା ପାଇଁ ତିନି ଗୋଟି ନଳକୂପ ଥିବା ବେଳେ ଗୋଟିଏ ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ି ରହିଥିବା ବେଳେ ଗୋଟିଏ ରୁ ପାଣି ବାହୁରୁ ନଥିବା ବେଳେ ଗୋଟିଏ ନଳକୂପ ହିଁ ଲୋକଙ୍କ ପାନୀୟ ଜଳ ଯୋଗାଇ ଆସୁଛି । ସେପଟେ ଏସଂପର୍କରେ ଅନୁଧ୍ୟାନ କରି ଜନସାଧାରଣଙ୍କ ପାନୀୟ ଜଳ ସମସ୍ୟା ସମାଧାନ କରିବାର ପ୍ରତିଶୃତି ଦେଇଛନ୍ତି ବିଭାଗୀୟ ଅଧିକାରୀ । ସେପଟେ ପାନୀୟ ଜଳ ସମସ୍ୟା ଦୀର୍ଘ ବର୍ଷ ଧରି ଥିଲେ ମଧ୍ୟ ଏହା ଉପରେ ପ୍ରଶାସନିକ କି ରାଜନୈତିକ ସ୍ତରରେ କୈାଣସି ସମାଧାନ କରାଯାଉନାହିଁ ବୋଲି ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି ।
ପାନୀୟ ଜଳ ସମସ୍ୟା ଥିବା ସ୍ଥାନ ମାନଙ୍କରେ ଟ୍ରାଙ୍କର ଯୋଗେ ଯୋଗାଇ ଦିଆଯାଉଛି ପାଣି । ଏହି ଅଞ୍ଚଳରେ ଥିବା ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ତୁରନ୍ତ ବ୍ୟବସ୍ଥା କରାଯିବ ବୋଲି ସ୍ଥାନୀୟ ବିଡ଼ିଓ ପ୍ରତିଶୃତି ଦେଇଥିବା ବେଳେ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକିୟା ରଖି ନାହାଁନ୍ତି। ପ୍ରତିଦିନ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ରାଇଖଣ୍ଡି ପଂଚାୟତର ଗ୍ରାମବାସୀ ଏବଂ ସବୁବେଳେ ପ୍ରଶାସନ ପକ୍ଷରୁ ଏହାର ସମାଧାନ କରାଯିବାର ପ୍ରତିଶୃତି ମିଳିଥାଏ,କିନ୍ତୁ ଦେଖାଯାଉ ଏହି ଲୋକ ମାନଙ୍କର ପାନୀୟ ଜଳ ସମସ୍ୟାର ସମାଧାନ କରିବାରେ ପ୍ରଶାସନ କେତେ ତାର ପ୍ରତିଶୃତି ରଖୁଛି ।