କଟକ : ରାଷ୍ଟ୍ରପତି ପଦବୀ ପାଇଁ ଏନ୍ଡିଏ ତରଫରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଛନ୍ତି । ବୁଧବାର କଟକ ଶିଖରପୁର ଛକରେ ଏନ୍ ଡି ଏ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉଭୟ ବିଜେପି ଓ ବିଜେଡି ଦଳର ଶତାଧିକ କର୍ମୀମାନେ ଦ୍ରୌପଦୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ଦ୍ରୌପୀଙ୍କୁ ଦେଖିବା ପାଇଁ ପାଖାପାଖି ତିନି ଘଣ୍ଟା ଧରି ଅପେକ୍ଷା କରି ରହିଥିଲେ ସମସ୍ତେ । ଶେଷରେ ଯେତେବେଳେ ପାଖରେ ଦେଖିଥିଲେ ସେତେବେଳେ ନାହିଁ ନଥିବା ଖୁସି ଦେଖିବାକୁ ମିଳିଥିଲା ସମସ୍ତଙ୍କ ମନରେ । ପ୍ରଥମ ଓଡ଼ିଆ ମହିଳା ଭାବେ ଦେଶର ରାଷ୍ଟ୍ରପତି ଭାବେ ପ୍ରାର୍ଥୀନୀ ହୋଇଥିବାରୁ ବେଶ୍ ଗର୍ବ ଅନୁଭବ କରିଛନ୍ତି ସମସ୍ତେ।