କୋଭିଡ ନିୟମ ଉଲଘଂନ, ୧୦ହଜାର ଟଙ୍କା ଜୋରିମାନା

(ହିଞ୍ଜିଳି/ ରଜନୀକାନ୍ତ ପାତ୍ର) : କରୋନା ତାର କାୟା ବିସ୍ତାର କରିବାକୁ ଲାଗୁଥିବାବେଳେ ରାଜ୍ୟ ସରକାର ଏହାକୁ ରୋକିବା ପାଇଁ ନିୟମ ଜାରି କରିଛନ୍ତି । ବିବାହ ପାଇଁ ରାଜ୍ୟ ସରକାର ଗାଇଡ ଲାଇନ ଜାରି କରିଛନ୍ତି । କିନ୍ତୁ ଲୋକେ ଏହାକୁ ଖୋଲା ଖୋଲି ଉଲଘଂନ କରୁଛନ୍ତି । ଏହା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଓସ୍ତା ଜଗନ୍ନାଥପୁର ଗାଁରେ । ଶିବରାମ ପ୍ରଧାନ କୋଭିଡ ସମୟରେ ବିବାହ କରିଥିଲେ । କିନ୍ତୁ ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ ୫୦ଜଣ ଲୋକ ବିବାହ ଭୋଜି ବେଳେ ଉପସ୍ଥିତ ରହିପାରିବେ । କିନ୍ତୁ ଶିବରାମ ଏହାର ଉଲଘଂନ କରି ହଜାରେ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିଥିଲେ । ଖବର ପାଇ ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରା ଏବଂ ପାଟପୁର ଥାନା ପୋଲିସ୍ ରେଡ୍ କରି ପାଳଗଦାରେ ଲୁଚାଇ ରଖା ଯାଇଥିବା ଭୋଜିଭାତକୁ ଜବତ କରିଥିଲେ । ଏଥିସହ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଜବତ ଖାଦ୍ୟକୁ ନଷ୍ଟ ନକରି ଏକ ଟ୍ରାକ୍ଟରରେ ଭୋଜିକୁ ଗାଁ ଗାଁ ବୁଲି ବୁଲି ବାଣ୍ଟି ଦିଆଯାଇଛି । ଶିବରାମ ବାହାଘରରେ ୫୦ ଜଣଙ୍କ ପାଇଁ ଅନୁମତି ନେଇ ହଜାରେରୁ ଅଧିକ ଲୋକଙ୍କ ପାଇଁ ଭୋଜି ଆୟୋଜନ କରିଥିଲେ ।