ବିଦ୍ୟୁତ ସଂସ୍ପର୍ଶରେ ଆସି ଠିକା ଶ୍ରମିକଙ୍କ ମୃତ୍ୟୁ

ରାଉରକେଲା: ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଅଘଟଣ। ବିଦ୍ୟୁତ ସଂସ୍ପର୍ଶରେ ଆସି ଠିକା ଶ୍ରମିକଙ୍କ ମୃତ୍ୟୁ। ମୃତଶ୍ରମୀକ ଜଣକ ହେଲେ ଲାଠିକଟା ବ୍ଲକ ଟାଇଁସାର ଭାଙ୍ଗରାଟୋଲାର ଗୋପାଳ ତୀର୍କୀ । ସେ ଦୀପଶିକ୍ଷା ଏଣ୍ଟରପ୍ରାଇଜେସ ଠିକା ସଂସ୍ଥାରେ କାମ କରୁଥିଲେ। ଅପରାହ୍ନ ୨.୩୦ରେ ହକି ଷ୍ଟାଡିୟମ ଚାରି ନମ୍ବର ଗେଟରେ ବିଦ୍ୟୁତ କାମ କରୁଥିଲା ବେଳେ ହଠାତ ବିଦ୍ୟୁତ ସଂସ୍ପର୍ଶରେ ଆସି ତଳେ ପଡିଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଛେଣ୍ଡ ପୁଲିସ ଶବ ଜବତ କରି ଆରଜିଏଚ ମର୍ଗରେ ରଖିବା ସହ ଘଟଣାର ତଦନ୍ତ ଚଳାଇଛି। ସେପଟେ ମୃତ ଶ୍ରମିକ ପରିବାରକୁ କ୍ଷତି ପୂରଣ ଦାବିରେ ପରିବାର ଓ ବିଜେପି ପକ୍ଷରୁ ଦାବୀ କରାଯାଇଛି ।