( ତାରାକାନ୍ତ ନାୟକ): କଲେଜ ଛାତ୍ରୀକୁ କମେଣ୍ଟ ମାରି ଯୁବକ ଖାଇଲେ ଉତ୍ତମ ମଧ୍ୟମ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନା କୁଳିଆ ବଜାରରେ ।
ସୂଚନାଅନୁଯାୟୀ, ଗତକାଲି ଅପରାହ୍ନରେ ଦୁଇ ଜଣ ଯୁବକ ବାଇକରେ ଆସି ଛାତ୍ରୀକୁ କମେଣ୍ଟ ମାରିବା ସହ ଅଟକାଇ ମୋବାଇଲ ନମ୍ବର ମାଗିଥିଲେ ।କଲେଜ ଛାତ୍ରୀ ଜଣକ ଭୟଭୀତ ହୋଇ ପାଟି କରିବାରୁ ସ୍ଥାନୀୟ ଲୋକେ ଦୁଇ ଯୁବକକୁ ଅଟକାଇ ଥିଲେ। ଅଟକ ଯୁବକ ଦୁଇଜଣ ହେଲେ ନିଶ୍ଚିତ କେଇଲି ଥାନା ଅଞ୍ଚଳର ଜମରା ଗାଁର ରାଜେସ ସ୍ୱାଇଁ ଓ ଶ୍ରୀ ନିବାସ ପ୍ରଧାନ । ଏହି ଦୁଇ ଯୁବକକୁ ସ୍ଥାନୀୟ ଲୋକ ଅଟକାଇ ମାଡ଼ ମାରି ରାସ୍ତାରେ ଆଣ୍ଠେଇ ଦେଇଥିଲେ।କୈଣସି ସୂତ୍ରରୁ ପୋଲିସ ଖବର ପାଇ ଦୁଇ ଯୁବକକୁ ଥାନାକୁ ନେଇ ପଚରାଉଚରା କରୁଛନ୍ତି।