ଭୁବନେଶ୍ୱର : ବାରବାଟି ଷ୍ଟାଡିୟମରେ ହେବ ସେଲିବ୍ରିଟି କ୍ରିକେଟ ଲିଗ୍ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବଲିଉଡ ଅଭିନେତା ଅର୍ଜୁନ କପୁର ଓ ପ୍ରଯୋଜନକ ବୋନୀ କପୁର । ସେ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ନିମନ୍ତ୍ରଣ କରିଥିବା କହିଛନ୍ତି । ଏହେ ପରେ ସେ ସୂର୍ଯ୍ୟବଂଶୀ ସୂରଜଙ୍କୁ ମଧ୍ୟ ସାକ୍ଷାତ କରିଥିବାର ଜଣାପଡିଛି ।

ସୂଚନା ଅନୁସାରେ ୧୬ ତାରିଖରେ ପଞ୍ଜାବ ଦେ ଶେର ଟିମ୍ ଓ ଭୋଜପୁରୀ ଦବଙ୍ଗ ଟିକ ମଧ୍ୟରେ ଗୋଟିଏ ମ୍ୟାଚ ଓ ମୁମ୍ବାଇ ହିରୋ ଏବଂ ବେଙ୍ଗଲ ଟାଇଗର୍ସଙ୍କ ମଧ୍ୟରେ ଗୋଟିଏ ମ୍ୟାଚ ହେବ ।