ଆସନ୍ତା ୧୧ ତାରିଖରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ଵର: ଆସନ୍ତା ୧୧ ତାରିଖରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି । ପୂର୍ବାହ୍ନ ୧୧ଟାରୁ ଅଶୋକ ନଗରର ପୂର୍ବତନ ପ୍ରାଥମିକ ବିଦ୍ୟାଳୟରେ ହେବ ଶୁଣାଣି । ସେଥିପାଇଁ କାଲି ପୂର୍ବାହ୍ନ ୧୧ଟା ପରଠାରୁ ଆରମ୍ଭ ହେବ ପଞ୍ଜୀକରଣ । https://janasunani.odisha.gov.inରେ କରିହେବ ପଞ୍ଜୀକରଣ । ପ୍ରଥମ ୧୦୦୦ ଜଣଙ୍କ ପରେ ପଞ୍ଜୀକରଣ ବନ୍ଦ ରହିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ୧୩ମାସର କାର୍ଯ୍ୟକାଳରେ ୧୩ଥର ଜନଶୁଣାଣି କରି ପ୍ରାୟ ୯୧ ପ୍ରତିଶତ ଲୋକଙ୍କ ଅଭିଯୋଗର ସମାଧାନ କରିଛନ୍ତି । ଚଳିତବର୍ଷରେ ମୋଟ୍ ୫୧ଜଣଙ୍କୁ ତତ୍କାଳ ୫୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମଧ୍ୟ ମଞ୍ଜୁର କରିଛନ୍ତି । ଏବେ ମୋହନ ନିଜର ଜନତା ଦରବାରକୁ ରାଜ୍ୟର ଅନ୍ୟ ଜିଲ୍ଲାକୁ ନେବାକୁ ଯୋଜନା କରିଛନ୍ତି। ମୋହନଙ୍କ ଏହି ୧୩ଥର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଗୋଟିଏ ଥର ସମ୍ବଲପୁର ଓ ଅନ୍ୟ ୧୨ଥର ରାଜଧାନୀ ଭୁବନେଶ୍ୱରରେ ହୋଇଛି । ନିଜର ୧୩ଥରର ପ୍ରତ୍ୟକ୍ଷ ଜନ ଅଭିଯୋଗ ଶୁଣାଣିରେ ମୋହନ ଓ ତାଙ୍କ ଟିମ୍ ମୋଟ ୧୧୫୧୬ଟି ଅଭିଯୋଗ ଶୁଣିଛନ୍ତି,ଯେଉଁଥିରୁ ୧୦୫୦୨ଟି ଅର୍ଥାତ୍ ୯୧ ପ୍ରତିଶତର ସମାଧାନ ହୋଇଛି ।