ଦୀର୍ଘ ୬ବର୍ଷ ପରେ ପୁଣି ଥରେ ଭାରତରୁ ଚୀନକୁ ଉଡିବ ବିମାନ । ଆସନ୍ତା ସେପ୍ଟେମ୍ବର ୨୧ ତାରିଖରେ ୨୧ରେ ଗୁଆଙ୍ଗଜୋ- ନୂଆଦିଲ୍ଲୀ ବିମାନ ସେବା । ନୂଆ ଦିଲ୍ଲୀରେ ଆୟେଜିତ ହେବାକୁ ଥିବା ‘ବ୍ରିକ୍ସ ସମ୍ମିଳନୀ ୨୦୨୬ରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚିନ ରଷ୍ଟ୍ରପତି ସି ଜନପିଙ୍ଗଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ଏହି ବଡ ଘୋଷଣା କରାଯାଇଛି ।ସେପ୍ଟେମ୍ବର ୨୧ ତାରିଖରୁ ଚୀନ ସଦର୍ଣ୍ଣ ଏୟାରଲାଇନ୍ସ ପକ୍ଷରୁ ଗୁଆଙ୍ଗଜେ ଏବଂ ନୂଆଦିଲ୍ଲୀ ମଧ୍ୟରେ ନିୟମିତ ବିମାନ ସେବା ପୁଣି ଆରମ୍ଭକରାଯିବ ଘୋଷଣା କରାଯାଇଛି । ଦୀର୍ଘ ୬ ବର୍ଷର ବ୍ୟବଧାନ ପରେ ଏହି ସେବା ପୁନର୍ବାର ଆରମ୍ଭ ହେବାକୁ ଯାଉଛି। ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ, ଏହି ଅଞ୍ଚଳରେ ଥିବା ଆଠଟି ରାଉଣ୍ଡ-ଟ୍ରିପ୍ ରୁଟ୍ରେ ସାପ୍ତାହିକ ୧୦୦ ରୁ ଅଧିକ ବିମାନ ଚଳାଚଳ କରିବ।
ନୂଆଦିଲ୍ଲୀରେ ଆୟୋଜିତ ହେଉଥିବା ୧୮ଶ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଅଭିମୁଖେ ବାହାରିଛନ୍ତି। ପ୍ରାୟ ୭ ବର୍ଷ ପରେ ସେ ଭାରତ ଗସ୍ତରେ ଆସୁଛନ୍ତି। ସେପ୍ଟେମ୍ବର ୧୨ ରୁ ୧୩ ତାରିଖ ପର୍ୟ୍ୟନ୍ତ ହେବାକୁ ଥିବା ଏହି ଦୁଇ ଦିନିଆ ସମ୍ମିଳନୀରେ ଉଭୟ ନେତାଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ହେବାର ସମ୍ଭାବନା ରହିଛି।