ପିପଳପଙ୍କା-ଗାଜଲବାଡି ସେତୁକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

(ହିଞ୍ଜିଳି / ରଜନୀକାନ୍ତ ପାତ୍ର) : ସେତୁ ଉପରେ ହଜାର ହଜାର ବସ ଟ୍ରକ ଯାତାୟତ କରୁଥିଲେ । ତେବେ ସାମାନ୍ୟ ବର୍ଷା ହେଲେ ଏହି ସେତୁରେ ଗାଡି ଚଳାଚଳ ଏକ ପ୍ରକାର ବନ୍ଦ ହୋଇଯାଉଥିଲା । ହେଲେ ସେହି ଦିନ ର ସମସ୍ୟା ଆଜି ଆଉ ନାହିଁ । ଆଉ ପ୍ରାୟ ତିନି କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଆସିକା ସୋରଡା ପିପଳପଙ୍କା-ଗାଜଲବାଡି କୁ ସଂଯୋଗ କରୁଥିବା ହାଇ ଲେଭଲ ସେତୁକୁ ଅ।ଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରନ୍ସି ମାଧ୍ୟମରେ ଉଦଘାଟନ କରିଛନ୍ତି । ଫଳରେ ଦୀର୍ଘ ବର୍ଷର ଯାତାୟତ ସମସ୍ୟା ଏବେ ପୁରା ସମାଧାନ ହୋଇଯାଇଛି । ସେପଟେ ଏହି ସେତୁ ଉଦଘାଟନ ସମୟରେ ଜିଲ୍ଲା ପ୍ରଶାସନ ସମେତ ବିଧ୍ୟାୟୀକା ଓ ସାଂସଦ ଉପସ୍ଥିତି ଥିବା ବେଳେ ସେତୁ ଉଦଘାଟନ ପରେ ଅଂଚଳବାସୀଙ୍କ ମନରେ ଖୁସିର ସଂଚାର ଦେଖାଦେଇଛି ।
ସୂଚନାନୁଯାୟୀ , ଏହି ସେତୁ ଉପର ଦେଇ ଖାଲି ଯେ ଭୂବନେଶ୍ଵର ତାହା ନୁହେ ନୟାଗଡ ଜିଲ୍ଲାକୁ ମଧ୍ୟ ଦୈନିକ ହଜାର ହଜାର ଟ୍ରକ ଓ ବସ ଯାତାୟତ କରିଥାନ୍ତି । ଏହାର ନିର୍ମାଣ ଦାୟୀତ୍ଵ ପୂର୍ତ୍ତ ବିଭାଗକୁ ଦିଅ।ଯାଇଥିବା ବେଳେ ଅ।ଜି ତାହାର ବିଧିବଧ ଭାବେ ଉଦଘାଟନ ହୋଇଯାଇଛି । ଏଥିସହ ଅନେକ ବର୍ଷ ର ଯାତାୟତ ସମସ୍ୟା ଏବେ ସମାଧାନ ହୋଇପାରିଥିବା ବେଳେ ବର୍ଷା ଦିନ ରେ ମଧ୍ୟ ଆଉ ଯାତାୟତରେ ଅସୁବିଧା ଭୋଗିବେ ନାହିଁ ଲୋକେ ।