ଫନି: କାହିଁକି କେନ୍ଦ୍ରର ଏ ଅନୁକମ୍ପା

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ଭାରତ ମହାସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ଫନି ବଙ୍ଗୋପସାଗର ଦେଇ ପୁରୀଠାରେ ସ୍ଥଳ ଭାଗ ଛୁଇଁବ । ଫନିର ପ୍ରଭାବରେ ୧୭ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ଫନିକୁ ନେଇ ଲୋକେ ଆତଙ୍କିତ ହୋଇ ପଡିଥିବା ବେଳେ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ନେଇଥିବା ସୂଚନା ରହିଛି ।
ତେବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୨୮ ତାରିଖରେ ଫନିକୁ ନେଇ ପ୍ରଥମ ସୂଚନା ଆସିବାର ଅଳ୍ପ କିଛି ଘଣ୍ଟା ମଧ୍ୟରେ କେନ୍ଦ୍ର ସରକାର ରାଜ୍ୟକୁ ୩୪୦ କୋଟି ସହାୟତା ଘୋଷଣା କରିଛନ୍ତି । ଏଥିନେଇ କେନ୍ଦ୍ର ସରକାରକୁ ସାଧୁବାଦ ଦିଆଯିବା ଆବଶ୍ୟକ । କିନ୍ତୁ ବାତ୍ୟା ପୂର୍ବରୁ କେନ୍ଦ୍ରର ରାଜ୍ୟ ପ୍ରତି ଏପରି ଅନୁକମ୍ପା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ପ୍ରକୃତିକ ଦୁର୍ବିପାକର ରାଜ୍ୟ ହେଉଛଇ ଓଙ୍ଗିଶା । ଏଠାରେ ପ୍ରତିବର୍ଷ ଅନ୍ୟୁନ ଗୋଟିଏ ନା ଗୋଟିଏ ଦୁର୍ବିପାକ ଦେଖିବାକୁ ମିଳିଥାଏ । କେଉଁବର୍ଷ ବନ୍ୟା ତ ପୁଣି କେଉଁ ବର୍ଷ ବାତ୍ୟା । ଏଦୁଇଟି ନ ହେଲେ ମରୁଡି । ଏଥିନେଇ ବାରମ୍ବାର କେନ୍ଦ୍ରକୁ ଚିଠି ଲେଖି ରାଜ୍ୟ ସରକାର ଥେଇଆ ହୁଅନ୍ତି । ରାଜ୍ୟ ସରକାରଙ୍କ ଅନୁଯାୟୀ, ଯେତିକି ସହାୟତା ରାଶି ମଗାଯାଏ, ତାହା ସମୁଦ୍ରକୁ ଶଙ୍ଖେ ସଦୃଶ । ଏହି ଶଙ୍ଖେ ଦେବାକୁ ବାରମ୍ବାର କ୍ଷୟକ୍ଷତିକୁ ନେଇ ହିସାବ ମଗାଯାଏ ।
କିନ୍ତୁ ଚଳିତ ବାତ୍ୟାର ସ୍ଥିତି ଭିନ୍ନ । ବାତ୍ୟା ହେବ ବା ନାହିଁ ତାହା ସ୍ପଷ୍ଟ ହେବା ପୂର୍ବରୁ ମୋଦି ସରକାର ସହାୟତା ପାଇଁ ହାତ ଖୋଲି ଦେଇଥିଲେ । ତେବେ କାହିଁକି ଏ ଅନୁକମ୍ପା, କାହିଁକି ଏ ସହୃଦତା? ମନେହୁଏ ବିଜ୍ଞାପନ କ୍ଷେତ୍ରରେ ସବୁଠାରୁ ଆଗରେ ଥିବା ଆମ ପ୍ରଧାନମନ୍ତ୍ରୀ ନିର୍ବାଚନ ମାହୋଲରେ ହେବାକୁ ଥିବା ବାତ୍ୟା ପାଇଁ ମାଇଲେଜ ନେବାକୁ ଚାହୁଁଛନ୍ତି । ରାଜ୍ୟରେ ପାଟକୁରାକୁ ଛାଡିଦେଲେ ସବୁଠାରେ ନିର୍ବାଚନ ଶେଷ ହୋଇଛି । ହେଲେ ଦେଶର ବିଭିନ୍ନ ସ୍ଥାନରେ ଆହୁରି ୩ଟି ପର୍ଯ୍ୟାୟ ନିର୍ବାଚନ ବାକି ରହିଛି । ଏପରି ସମୟରେ କେନ୍ଦ୍ରର ସହଯୋଗକୁ ନେଇ ଲୋକଙ୍କୁ ମୋଦି ସରକାର ପରୋକ୍ଷରେ ଆକୃଷ୍ଟ କରିବାର ପ୍ରୟାସ କରୁଥିବା ଅନୁମେୟ ହେଉଛି । ସାଧାରଣ ଲୋକଙ୍କ ପାଇଁ ମୋଦଙ୍କ ହୃଦୟରେ ଅପର କରୁଣା ଥିôବା ଦେଖାଇବାକୁ ଚାହୁଁଥିବା ମନେ ହୁଏ ।