ପାରାଦୀପ ପିପିଏଲ୍ ରୋଡ୍ ରାସ୍ତା କଡରେ ଝୁଲନ୍ତା ଅବସ୍ଥାରେ ମିଳିଲା ଶରୀର

ପାରାଦୀପ:- ରାସ୍ତା କଡରେ ଝୁଲୁଛି ମୃତଦେହ । ପାରାଦୀପ ପିପିଏଲ୍ ରୋଡ୍ ରାସ୍ତା କଡରେ ଝୁଲନ୍ତା ଅବସ୍ଥାରେ ମିଳିଛି ମୃତ ଦେହ । ମୃତକ ଜଣଙ୍କ ହେଲେ ପାରାଦୀପ ପୌରାଞ୍ଚଳ ୫ନଂ ଓ୍ବାର୍ଡ ସନ୍ତୋଷୀ ପଡାର ନବୀନ ହାଲଦାର୍ ବୋଲି ଜଣାପଡିଛି । ଗତକାଲି ରାତିରେ ଖାଇପିଇ ଘରେ ଶୋଇଥିବା ବେଳେ ଆଜି ସକାଳୁ ପିପିଏଲ୍ ରୋଡ ସାଇଡ୍ ରେ ତାଙ୍କ ଝୁଲନ୍ତା ମୃତ ଦେହ ସ୍ଥାନୀୟ ଲୋକେ ଦେଖିବାକୁ ପାଇ ପିପିଏଲ୍ ଫାଣ୍ଡି କୁ ଖବର ଦେଇଥିଲେ । ଖବର ପାଇ ପିପିଏଲ୍ ଫାଣ୍ଡି ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ନବୀନ ଏକ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡିଛି । ତେବେ ତାଙ୍କ ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବା ଜଣାପଡିଛି ।