(ମନିଲ କୁମାର ମହାରଣା): ନବୀନ ସରକାର ଦୀର୍ଘ ୧୯ ବର୍ଷ ହେବ ରାଜ୍ୟରେ ଶାସନ କରୁଥିବାବେଳେ ଯୁବକ ମାନଙ୍କୁ ନିଯୁକ୍ତି ନ ଦେଇ ପ୍ରତାରିତ କରୁଛନ୍ତି କ୍ଷ ତାଳଚେର ପରି ଶିଳ୍ପ ସମ୍ବୃଧ ଅଂଚଳରେ ବାହାର ଅଂଚଳର ଲୋକେ ନିଯୁକ୍ତି ପାଇଥିବା ବେଳେ ସ୍ଥାନୀୟ ଯୁବକ କାମଧନ୍ଦା ନ ପାଇ ବେକାର ରହିଛନ୍ତି କ୍ଷ ଏ ସମ୍ପର୍କରେ ତାଳଚେର ଜନ ପ୍ରତିନିଧି ମାନେ ବିଧାନସଭାରେ ସ୍ୱର ଉତ୍ତାଳନ କରୁନାହାନ୍ତି,ତାଳଚେର ରେ ଥିବା ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜ ଅଫିସ ରେ ଯୁବକ ମାନେ ନାମ ପଞ୍ଜିକରଣ କରିଥିଲେ ମଧ୍ୟ ବର୍ଷ ବର୍ଷ ଧରି ଅପେକ୍ଷା ପରେ ବି ନିଯୁକ୍ତି ମିଳୁନି ବୋଲି ଯୁବ ମୋର୍ଚା ଅଭିଯୋଗ କରିଛି କ୍ଷ ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ଯୁବମୋର୍ଚା ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ନନ୍ଦ,ବିଜେପି ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ କାଳନ୍ଦୀ ସାମଲ ଙ୍କ ନେତୃତ୍ଵ ରେ ତାଳଚେର ସାଉଥ ବଲଣ୍ଡକ୍ଷ ଠାରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା ଏହାପରେ ଏକ ଶୋଭାଯାତ୍ରା ରେ ବାହାରି ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜ ଠାରେ ପହଂଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା