ପାରଳାଖେମୁଣ୍ଡି ସ୍ଥିତ ବନଖଣ୍ଡ କାର୍ଯ୍ୟାଳୟରେ ବିଶ୍ୱବନ ଦିବସ ପାଳିତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବନଖଣ୍ଡ କାର୍ଯ୍ୟାଳୟରେ ଥିବା କନଫେରାନ୍ସ ହଲ ଠାରେ ବିଶ୍ୱବନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ  ଇଂ ରୂପେଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ,କାଶୀ ନଗର ବ୍ଲକ ଅଧ୍ୟକ୍ଷା , ବନଖଣ୍ଡ ଅଧିକାରୀ କେ ନାଗରାଜୁ, ସହକାରୀ ବନ ସଂରକ୍ଷକ  ଅରୁଣ କୁମାର ସାହୁ ଓ ସ୍ୱାଇନ୍ ଶ୍ରୀ ଦାଶ୍ ପ୍ରମୁଖ ମଞ୍ଚାସିନ ଥିଲେ Iପ୍ରଥମେ ଅତିଥି ମାନଙ୍କ ଦ୍ଵାରା ବୃକ୍ଷରେ ଜଳଢାଳି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଶିକ୍ଷକ ଯୋଗ ଦେଇଥିଲେ । ବିଶ୍ୱ ବନ ଦିବସ ଅବସରରେ ଆଜିର ବିଷୟବସ୍ତୁ ଥିଲା ଜଙ୍ଗଲ ଓ ଅର୍ଥନୀତି, ତା ଉପରେ ଅତିଥି ମାନେ ଆଲୋକପାତ କରିଥିଲେ ।ଜଙ୍ଗଲକୁ କିପରି ସୁରକ୍ଷା କରିବା, କିପରି ଅଭିନବ ରୂପରେ ରକ୍ଷଣା ବେକ୍ଷଣ ଓ ସୁପରିଚାଳନା କରାଯାଇ ପାରିବ ଏବଂ ଜଙ୍ଗଲକୁ ଧ୍ବଂସ ନ କରି ନୂତନ ଉପାୟରେ କିପରି ଜଙ୍ଗଲ ସୃଷ୍ଟି କରାଯାଇ ପାରିବ ସେହି ବିଷୟରେ ଅତିଥିମାନେ ନିଜର ବକ୍ତବ୍ୟ ରଖିଥିଲେ । ବିଶ୍ୱ ବନ ଦିବସ ଅବସରରେ ଜଙ୍ଗଲ ସୁରକ୍ଷା ଓ ବୃକ୍ଷରୋପଣ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ଯୋଗୁଁ  ଆର ଉଦୟଗିରି  ଏସ୍ ଏସ ଡି ବିଦ୍ୟାଳୟ କୁ ସରକାରଙ୍କ ତରଫରୁ ଦଶ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା। ବିଭାଗର  କର୍ମଚାରୀ ମାନେ ଭଲ କାର୍ଯ୍ୟ କରିଥିବା  କର୍ମଚାରୀଙ୍କୁ ମାନପତ୍ର ପ୍ରଦାନ ସହ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ   ବିଭାଗର କର୍ମୀ  ଚାରି ଉପସ୍ଥିତ ରହି ସହଯୋଗ କରିଥଲେ । ସନ୍ତୋଷ ସାହୁ ମଞ୍ଚ ପରିଚାଳନା କରି ଥିବା ବେଳେ   ସହକାରୀ  ବନଖଣ୍ଡ ଅଧିକାରୀ   ଅରୁଣ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।