(ଶୁଭସ୍ମିତା ଦାଶ): ସାମୁଦ୍ରିକ ଝଡ଼ ତିିତ୍ଲିର ଭୟ ଲୋକଙ୍କ ମନରୁ ଦୂରେଇ ନାହିଁ । ଏହି ଝଡ଼ରେ କ୍ଷେତିଗ୍ରସ୍ତ ଲୋକାମାନେ ତାଙ୍କର ଉଜୁଡ଼ା ସଂସାରକୁ ସଜାଡ଼ିବାରେ ଲାଗିଛନ୍ତ୍ି । ସେମାନଙ୍କୁ ସରକାରଙ୍କ ସହାୟତା ଠିକ୍ ଭାବେ ମିଳି ପାରିଲେ ସେମାନେ ହୁଏତ ଠିଆ ହୋବକୁ ମନବଳାଇ ପାରିବେ । ଅନ୍ୟପଟେ ପାଗ ଅନୁକୂଳ ହୋଇଥିବାରୁ ଶାରଦୀୟ ଦଶହରା ପୂଜା ସାରା ରାଜ୍ୟରେ ଧୂମଧାମରେ ପାଳିତ ହେଉଛି । ପାଗ ଶୁଖିଲା ରଖିଥିବାରୁ ଲୋକେ ପୂଜା ବୁଲି ମନ ଖୁସି କରୁଛନ୍ତି ।
ଅନ୍ୟପଟେ ବଙ୍ଗୋପସାଗରେ ଆଉ ଏକ ସାମୁଦ୍ରିକ ଝଡ଼ ସୃଷ୍ଟି ହୋଇ ପ୍ରଳୟଙ୍କାରୀ ବାତ୍ୟା ମାଡି ଆସୁଥିବାର ଖବର ସୋସିଆଲ ମିଡିଆରେ ଘୁରି ବୁଲୁଛି ।ଯାହାକି ପୁଣି ଲୋକଙ୍କ ମନରେ ଭୟ ଆଣୁଛି । ଲୋକେ ପୁଣି ଆତଙ୍କିତ ହେଲେଣି । ଏହି ଖବରକୁ ନେଇ ଚର୍ଚ୍ଚା ମଧ୍ୟ ଯୋର ଧରିଛି । ମାତ୍ରା ଡ଼ରିବାର କୌଣସି କାରଣ ନାହିଁ । ତାହା ଏହା ଏକ ‘ଗୁଜବ’ ଓ ଉଡା ଖବର ବୋଲି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଟୁଇଟର ଜରିଆରେ ସ୍ପଷ୍ଟ କରି ଦେଇଛନ୍ତି। ତେଣୁ ଏହି ସାମୁଦ୍ରିକ ଝଡ଼ ନେଇ କୌଣସି ଡରିବାର କାରଣ ନାହିଁ । ସୋସିଆଲ ମିଡିଆରେ କିଛି ଆଣ୍ଟି ସୋସିଆଲ ଏହି ଭଳି ମିଥ୍ୟା ଖବର ପ୍ରଚାର କରୁଛନ୍ତି, ଏଥିରେ ଆଦୌ ସତ୍ୟତା ନ ଥିବା ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ । ଦୁର୍ଗାପୂଜାରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ୭୨ଘଣ୍ଟା ଯାଏଁ ପାଗ ଶୁଖିଲା ରହିବ, ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ଯେମିତି କିଛି ବାରଣ କରାଯାଇ ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।