ଇସ୍ରାଏଲରୁ ଆସିଥିବା ଆଫ୍ରିକୀୟ ସିଂହୀ ବିନିର ମୃତ୍ୟୁ

ଭୁବନେଶ୍ୱର: ପ୍ରାଣୀ ଉଦ୍ୟାନରେ ଆଫ୍ରିକୀୟ ସିଂହୀର ମୃତ୍ୟୁ। ସିଂହୀ ବିନିର ହେଲା ମୃତ୍ୟୁ। ଇସ୍ରାଏଲରୁ ଆସିଥିବା ସିଂହୀ ବିନିର ମୃତ୍ୟୁ। ଗତ ୫ଦିନ ହେବ ଅସୁସ୍ଥ ଥିଲା ବିନି। ୩ଟି ଡାକ୍ତରୀ ଟିମ୍ ଦ୍ଵାରା ଚାଲିଥିଲା ଚିକିତ୍ସା। ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଥିବା ସିଂହୀ ବିନୀର ଆଜି ମୃତ୍ୟୁ ଘଟିଛି। ଗତ ପାଞ୍ଚଦିନ ହେବ ଅସୁସ୍ଥ ଥିବା ବିନିକୁ ତିନୋଟି ଡ଼ାକ୍ତରୀ ଟିମ୍ ଦ୍ଵାରା ଚିକିତ୍ସିତ କରାଯାଉଥିଲା। ମୃତ୍ୟୁ ବେଳକୁ ତାକୁ ୧୬ବର୍ଷ ୧୦ମାସ ହୋଇଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଶବକୁ ପୋଷ୍ଟ ମର୍ଟମ ପାଇଁ ପଠା ଯାଇଛି। ଇସ୍ରାଏଲରୁ ଆସିଥିବା ଏହି ସିଂହୀକୁ ହରାଇ ପ୍ରାଣୀ ଉଦ୍ୟାନରେ ଶୋକର ଛାୟା ଖେଳି ଯାଇଛି।