ପେଟ ପାଇଁ ହିତକର ବେଲ ପଣା 

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଖରାଦିନେ ତାତିରୁ ନିଜକୁ ରକ୍ଷା କରିବା ପାଇଁ ଆମେ ଅନେକ ଥଣ୍ଡା ପାନୀୟ ପିଇଥାଉ । ଯାହାକି ଆମ ପେଟକୁ ଥଣ୍ଡା ରଖେ । ବିଶେଷ କରି ଖରା ଦିନ ବେଲ ପଣା ପେଟକୁ ଥଣ୍ଡା ରଖିବାରେ ବେଶ ସହାୟକ ହୋଇଥାଏ । ବେଲ ପଣା କେବଳ ପାଟିକୁ ଥଣ୍ଡା ରଖେ ତାହା ନୁହେଁ ଏହା ଆମକୁ ସ୍ୱାସ୍ଥ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ତେଣୁ କରି ସପ୍ତାହରେ ୨-୩ଥର ବେଲପଣା ପିଇଲେ ଏହା ପାଚନ କ୍ରିୟାକୁ ସ୍ବାଭାବିକ କରିଥାଏ। ଏହା ପେଟକୁ ଥଣ୍ଡା ରଖିବା ସହିତ ଉଚ୍ଚ ରକ୍ତଚାପରୁ ମଧ୍ୟ ଦୂରେଇ ରଖେ। କ୍ଷୁଦ୍ରାନ୍ତରେ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ଏହା ଦୂର କରେ। ଏହା ଏସିଡିଟିରୁ ମୁକ୍ତି ଦେଇଥାଏ। ନିୟମିତ ବେଲପଣା ପିଇଲେ ଅର୍ଶ, ଭଗନ୍ଦର(ପିଷ୍ଟୁଲା), ଫିସର୍‌ ଆଦି ସମସ୍ୟା ଦୂର ହୁଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ସେହିପରି କଞ୍ଚା ବେଲକୁ ସିଝାଇ ଏହର ପଣା ପିଇଲେ ରକ୍ତ ସଞ୍ଚାଳନ ସ୍ବାଭାବିକ ହେବା ସହିତ ରକ୍ତ ଶର୍କରା ନିୟନ୍ତ୍ରିତ ହୋଇଥାଏ। ଏହା ଫଳରେ ହାର୍ଟ ଆଟାକ୍‌, ଡାଇବେଟିସ୍‌, ମେଦବହୁଳତା ଆଦି ରୋଗରୁ ମୁକ୍ତି ମିଳେ।