ସାମ୍ବାଦିକଙ୍କୁ ବିଡିଓଙ୍କ ଦୁବ୍ୟବହାର

(ବନବାସି ପ୍ରଧାନ): ସାମ୍ବାଦିକଙ୍କୁ ଦୁବ୍ୟବହାର କରି ତାଙ୍କ ପ୍ରଶ୍ନର ଉତ୍ତର ନଦେଈ ଅଣଦେଖାକରି ଚାଲିଯିବା ବିଡିଓଙ୍କ ଏହା କେଉଁ ତରିକା । ଘଟଣା ଘଟିଛି ବାଲିଗୁଡ଼ାରେ । ବାଲିଗୁଡା ସଭାଗୃହ ଠାରେ ସତନ୍ତ ଉନ୍ନୟନ ପରିଷଦ କନ୍ଧମାଳ,ପଞ୍ଚାୟତ ସମିତି ସ୍ତରିୟ ଜନଜାତି ମହୋତ୍ସବ ୨୦୧୮ ଦୁଇଦିନ ଧରି ପାଳିତ ହୋଇଅଛି । କିନ୍ତୁ ଦୁର୍ଭାଗ୍ୟର ବିଷୟଯେ ଯେଉଁ ଜନଜାତି ମହିଳା ଓ ପୁରୁଷ ବର୍ଗର ଲୋକମାନଙ୍କ ପାଇଁ ଏହି ମହୋତ୍ସବ ପାଳନ କରାଯାଉଛି ସେହି ଜନଜାତିର ଲୋକମାନଙ୍କୁ ଅଣଦେଖା ହୋଇଥିବା ଜନଜାତିର ଲୋକମାନେ ଅଭିଯୋଗ କରିଛନ୍ତି । ଜନଜାତିର ଲୋକମାନଙ୍କୁ ରାସ୍ତା ଉପରେ ଭାତ,ଡାଲି,ଲୁଣଲଙ୍କା ଖାଇବାକୁ ଦେଇ ଥିବା ବେଳେ ସଭାଗୃହ ଭିତରେ ବସି ବିଡିଓ ଓ ,ବ୍ଳକ କର୍ମଚାରିମାନେ କିପରି ଖାଇପାରିଲେ ଏହା ଜନଜାତି ପାଇଁ ଅପମାନ ନୁହେଁକି । ଏହି ଏବିଷୟରେ ବିଡିଓ .ଙ୍କ ପ୍ରତିକ୍ରିୟା ଚାହିଁବାରୁ ବିଡିଓ ସାମ୍ବାଦିକଙ୍କୁ ଦୁବ୍ୟବହାର ପ୍ରର୍ଦଶନ କରିବା ସହିତ ତମେକିଏ ,ମୁଁ କାହିଁକି ହ୍ୟାଣ୍ଡସେକ କରିବି,ତୁମର ଯାହାଇଛା ତାହାକର ମୁଁ କିଛି ଉତ୍ତର ଦେଇପାରିବିନାହିଁ କହି ଅଣଦେଖାକରି ଚାଲିଯାଇଥିଲେ । ଏଥିରୁ ଜଣାପଡୁଛି ଜନଜାତି ମହୋତ୍ସବକୁ ଆସିଥିବା ଟଙ୍କାକୁ ହଡପ କରିବାକୁ ବିଡିଓ ଓ ଡଋଙ ଙ୍କ ଏହା ଏକ ଚକ୍ରାନ୍ତ ବୋଲି ଜନଜାତିର ଲୋକମାନେ ପ୍ରକାଶ କରିବା ସହିତ ଏହି ମହୋତ୍ସବକୁ କେତେଟଙ୍କା ଆସିଛି କେଉଁକେଉଁ ବାବଦରେ କେତେଟଙ୍କା ଖର୍ଚ ହୋଇଛି ଏହା ଏକ ଉଚସ୍ଥରିୟ ତଦନ୍ତ କରିବାକୁ ଜନଜାତିର ଜନସାଧାଣ ପ୍ରଶାସନ ପାଖରେ ଦାବୀ କରିଛନ୍ତୀ