( ଚିତରଞ୍ଜନ ସାହୁ): ବରଗଡ ଜିଲ୍ଲା ବରପାଲି ମିୟୁଜିକାଲ କ୍ଲବ ପରିସରରେ ମା ଶ୍ୟାମା କାଳିଙ୍କ ୫୦ ବର୍ଷ ପୂର୍ତ୍ତି ଅବସରରେ ସଭାପତି ପରମାନନ୍ଦ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ସଭାପତି ପର୍ଶୁରାମ ଦାସ , ଗୋକୁଳନନ୍ଦ ସ୍ୱାଇଁ, ଡା ରାଧେଶ୍ୟାମ ଅଗ୍ରୱାଲ , ଉମେଶ ଦାସ , ପରମାନନ୍ଦ ସ୍ୱାଇଁ , ଧୀରେନ ଦାସ ସାମ୍ବାଦିକ ସମ୍ମଳିନୀରେ ମା କାଳିଙ୍କ ୫୦ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୬ ରୁ ୧୧ ତାରିଖ ପର୍ୟନ୍ତ ସୁବର୍ଣ୍ଣ ଜୟନ୍ତୀ ମୋହତ୍ସବ । ଅନୁଷ୍ଠିତ ହେବ । ପ୍ରତ୍ୟହ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ।