( ଦିବ୍ୟକାନ୍ତ ବେହେରା ): ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୩ତମ ଜନ୍ମତିଥି ଅବସରରେ ସାରା ଭାରତ ପାଳନ କରୁଛି ଜାତୀୟ ଏକତା ଦିବସ । ଗୁଜରାଟର ନର୍ମଦା ନଦୀ କୂଳରେ ବିଶ୍ଵର ସର୍ବବୃହତ ୧୮୨ ମିଟର ଲମ୍ବ ବିଶିଷ୍ଟ ଲୈାହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତୀକୁ ଜନ୍ମଦିନ ଅବସରରେ ଉନ୍ମେଚିତ କରାଯାଇଛି। ଏହି ଅବସରରେ ବାଲୁଗାଁ ଠାରୁ ବାଣପୁର ପଲଟଣ୍ ପଡିଆ ପର୍ୟ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି ରନ ଫର୍ ୟୁନିଟ । ଏହି କାର୍ୟ୍ୟକ୍ରମରେ ଚିଲିକା ନିର୍ବାଚନ ମଣ୍ଡଳୀର ବିଧାୟକ ଡା• ବିଭୁତି ଭୁଷଣ ହରିଚନ୍ଦନ ଅଧ୍ୟକ୍ଷତାରେ ଖୋର୍ଦ୍ଧା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସତ୍ୟ ନାରାୟଣ ସେନାପତି ଓ ବଜେପି ରାଜ୍ୟ ସମ୍ପାଦକ ପ୍ରୂଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ ରହି ରନ ଫର ୟୁନିଟ କାର୍ୟ୍ୟକ୍ରମରେ ବହୁ ସଂଖ୍ୟାରେ ଯୁବକ ମାନଙ୍କୁ ସାମିଲ କରାଯାଇ ପ୍ରଥମେ ଜାତୀୟ ସଙ୍ଗୀତ ଗାନ କରିବା ପରେ ଜାତୀୟ ଏକତା ଦିବସ ଅବସରରେ ଯୁବକ ମାନଙ୍କୁ ଦେଶ ଉଦ୍ଦେଶ୍ୟରେ ଜାତୀୟ ଏକତାକୁ ବଜାୟ ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ।